Live Law
ନୂଆଦିଲ୍ଲୀ: ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦର ଆପୋସ ସମାଧାନ ଉଦ୍ଦେଶ୍ୟରେ ଗଠିତ ହୋଇଥିବା ମଧ୍ୟସ୍ଥତା କମିଟିକୁ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ଏହି ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ। ଯଦି ମଧ୍ୟସ୍ଥତା କମିଟି ୨୫ ତାରିଖ ସୁଦ୍ଧା ଏହି ବିବାଦର ସମାଧାନର ସୂତ୍ର ବାହାର କରି ନପାରେ ତେବେ ୨୫ ତାରିଖ ଠାରୁ ସୁପ୍ରିମ୍ କୋର୍ଟ ଏହି ମାମଲାର ବିଚାର ଦୈନନ୍ଦିନ ଭିତ୍ତିରେ କରିବେ ବୋଲି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଆଜି ସ୍ପଷ୍ଟ କରି ଦେଇଛନ୍ତି।
ଏହି ବିବାଦର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ତିନି-ସଦସ୍ୟବିଶିଷ୍ଟ ମଧ୍ୟସ୍ଥତା କମିଟି ଏ ମାମଲାରେ ବିଶେଷ କୌଣସି ଅଗ୍ରଗତି କରି ନଥିବା ଦର୍ଶାଇ ଏହି ମାମଲାର ଜରୁରୀକାଳୀନ ଭିତ୍ତିରେ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ତାଲିକାଭୁକ୍ତ କରିବା ପାଇଁ ଆବେଦନ କରି ଆଗତ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଆଜି ଏହି ରୁଲିଂ ଦେଇଛନ୍ତି।
/sambad/media/post_attachments/wp-content/uploads/2019/07/babri1.jpg)
ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଅବ୍ଦୁଲ୍ ନାଜୀରଙ୍କୁ ନେଇ ଗଠିତ ଏକ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ଜମି ବିବାଦର ଆପୋସ ସମାଧାନ ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୮ ତାରିଖରେ ଏକ ତିନି ଜଣିଆ ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ଏବଂ ଏଥିପାଇଁ ମଧ୍ୟସ୍ଥତା କମିଟିକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ, ଏଥିପାଇଁ ଅଧିକ ସମୟ ଆବଶ୍ୟକତା ଥିବା ଦର୍ଶାଇ ମେ ମାସରେ ଏହି କମିଟି ମୁଦା ଲଫାପାରେ ଏକ କାମଚଳା ରିପୋର୍ଟ ସୁପ୍ରିମ୍ କୋର୍ଟରେ ଦାଖଲ କରିଥିଲେ।
Follow Us