Photo Credit: PTI
ଅଯୋଧ୍ୟା: ପବିତ୍ର ସହର ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ ବୋଲି ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିବା ପରେ ଏଠାରେ ହାଇ ଆର୍ଲଟ ଜାରି କରାଯାଇଛି। ନେପାଳ ମୁହଁ ହୋଇଥିବା ଉତ୍ତରାଞ୍ଚଳ ସୀମା ଦେଇ ଆତଙ୍କବାଦୀମାନେ ଉତ୍ତରପ୍ରଦେଶରେ ପ୍ରବେଶ କରି ଏହି ଆକ୍ରମଣ କରିବାର ଯୋଜନା କରୁଛନ୍ତି ବୋଲି ଖବର ସଂସ୍ଥା ଆଇଏଏନ୍ଏସ୍ ପକ୍ଷରୁ ସୂଚନା ରହିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୁରକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ୟୁପି ଭିତରକୁ ଆସୁଥିବା ଟ୍ରେନ୍, ବସ୍ ଓ ସହରରେ ଥିବା ହୋଟେଲ୍, ଲଜ୍ ଓ ଗେଷ୍ଟ ହାଉସ୍ଗୁଡ଼ିକରେ ସର୍ଚ ଅପରେସନ ଆରମ୍ଭ କରିଛନ୍ତି।
Zee News୨୦୦୫ ମସିହାରେ ଅଯୋଧାରେ ହୋଇଥିବା ବୋମା ବିସ୍ଫୋରଣର ୪ ଜଣ ଅଭିଯୁକ୍ତଙ୍କର ଆଜି ଶୁଣାଣି ଥିବା ହେତୁ ପୂର୍ବରୁ ସୁରକ୍ଷା ସଂସ୍ଥାଗୁଡ଼କ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୦୫ ମସିହାରେ ଅଯୋଧାରେ ହୋଇଥିବା ବୋମା ବିସ୍ଫୋରଣର ୪ ଜଣ ଅଭିଯୁକ୍ତଙ୍କୁ ଆହ୍ଲାବାଦ୍ର ଏକ ସ୍ୱତନ୍ତ୍ର ଅଦାଲତ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କେବଳ ଜଣକୁ ହିଁ ଅଦାଲତ ଦୋଷ ମୁକ୍ତ କରିଛନ୍ତି।
Follow Us