ନୂଆଦିଲ୍ଲୀ: ଆଜି ଭଳି ଏକ ଶୁଭଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଐତିହାସିକ ଧ୍ବଜା ଉଡ଼ାଇଛନ୍ତି। 

Advertisment

ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହୋଇଛି

ଏହି ପବିତ୍ର ଧ୍ବଜାକୁ ନେଇ ମୋଦୀ କହିଛନ୍ତି "ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହୋଇଛି। ଶତାବ୍ଦୀର ସଂକଳ୍ପ ଆଜି ପୂରଣ ହୋଇଛି। ଏହି ଧର୍ମଧ୍ୱଜ କେବଳ ଏକ ପତାକା ନୁହେଁ... ଏହା ଭାରତୀୟ ସଭ୍ୟତାର ପୁନର୍ଜାଗରଣର ପତାକା।’ ଧ୍ବଜାରୋହଣ ସମୟରେ ସମଗ୍ର ରାମ ମନ୍ଦିର ଜୟ ଶ୍ରୀ ରାମ ଏବଂ ବୈଦିକ ମନ୍ତ୍ରରେ ପ୍ରତିଧ୍ୱନିତ ହୋଇ ଉଠିଥିଲା। ଭକ୍ତମାନେ ଏହି ଧର୍ମଧ୍ବଜାକୁ ରାମ ମନ୍ଦିର ନିର୍ମାଣ ସମାପ୍ତି ଏବଂ ଦେଶବ୍ୟାପୀ ଭକ୍ତି ଉତ୍ସବର ପ୍ରତୀକ ଭାବରେ ବିବେଚନା କରିଛନ୍ତି। 

ଅଧିକପଢ଼ନ୍ତୁ:ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ....ନଚେତ ଭୋଗିପାରନ୍ତି ସ୍ବାସ୍ଥ୍ୟ ସମସ୍ୟା

ଆଜି ଆମ ସମସ୍ତଙ୍କ ପାଇଁ ଏକ ସାର୍ଥକତାର ଦିନ

ଧ୍ବଜାରୋହଣ ଉତ୍ସବକୁ ମୋହନ ଭାଗବତ ସମ୍ବୋଧିତ କରି କହିଛନ୍ତି, "ଆଜି ଆମ ସମସ୍ତଙ୍କ ପାଇଁ ଏକ ସାର୍ଥକତାର ଦିନ। ରାମମନ୍ଦିର ଉପରେ ଫରଫର ହୋଇ ଉଡ଼ୁଛି ଧର୍ମଧ୍ବଜା। ଏହା ଠାରୁ ଖୁସିର ଦିନ ଆଉ କ’ଣ ହୋଇପାରେ।  ଏହି ଦିନ ପାଇଁ ଅନେକ ଲୋକ ଅନେକ ପ୍ରକାର ପ୍ରୟାସ କରିଛନ୍ତି। ଶେଷରେ ନିଜ ଜୀବନକୁ ବଳିଦାନ ବି ଦେଇ ଦେଇଛନ୍ତି।  ମୋ ମତରେ ଆଜି ସେମାନଙ୍କ ଆତ୍ମା ଶାନ୍ତି ପାଇଯାଇଥିବ। ବାସ୍ତବରେ ଆଜି ଅଶୋକ ଜୀ ନିଶ୍ଚୟ ଶାନ୍ତି ପାଇଥିବେ। ମହନ୍ତ ରାମଚନ୍ଦ୍ର ଦାସ ଜୀ ମହାରାଜ, ଡାଲମିଆ ଜୀ ଭଳି ଅନ୍ୟମାନେ ଏହି ରାମ ମନ୍ଦିର ନିର୍ମାଣ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି।  ଧ୍ବଜାରୋହଣ ପରେ ମନ୍ଦିର ନିର୍ମାଣର ଶାସ୍ତ୍ରୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ରାମରାଜ୍ୟର ପତାକା, ଯାହା କେବେ ଅଯୋଧ୍ୟାରେ ଉଡ଼ୁଥିଲା। ସମଗ୍ର ବିଶ୍ୱକୁ ଶାନ୍ତି ପ୍ରଦାନ କରୁଥିଲା। ଆଜି ଆମେ ନିଜ ଆଖିରେ ଦେଖିଛୁ ପୁଣି ରାମମନ୍ଦିର ଶିଖରରେ ଫରଫର ହୋଇ ଉଡ଼ୁଛି ସେହି ଧର୍ମଧ୍ବଜା।’ 

ଅଧିକପଢ଼ନ୍ତୁ:ଧ୍ବଜାରୋହଣ ଉତ୍ସବ: ୪୪ମିନିଟର ସେହି ଶୁଭ ମୂହୂର୍ତ୍ତ ଏହି କାରଣରୁ ରହିଛି ସ୍ବତନ୍ତ୍ର