Photo Credits: ANI
ନୂଆଦିଲ୍ଳୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଗତ ନଭେମ୍ବର ୯ ତାରିଖରେ ଦେଇଥିବା ରାୟକୁ ବିରୋଧ କରି ଆଜି ମୁଖ୍ୟ ହିନ୍ଦୁ ଆବେଦନକାରୀ ନିର୍ମୋହୀ ଆଖଡ଼ା ଦ୍ବାରା ସୁପ୍ରିମକୋର୍ଟରେ ପୁନଃ ବିଚାର ଆବେଦନ କରାଯାଇଛି। ନିର୍ମୋହି ଆଖଡ଼ା ମୁଖପାତ୍ର କାର୍ତ୍ତିକ ଚୋପ୍ରା ଏସଂକ୍ରାନ୍ତରେ ଅବଗତ କରିଛନ୍ତି। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟରେ ନିର୍ମୋହି ଆଖଡ଼ାର ପୁନଃ ବିଚାର ଆବେଦନ ସହ ଅନ୍ୟ ସମସ୍ତ ଆବେଦନର ଶୁଣାଣି ହେବ। ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡେଙ୍କ ନେତୃତ୍ବାଧୀନ ୫ ଜଣିଆ ଖଣ୍ଡପୀଠ ସମୁଦାୟ ୧୮ଟି ପୁନଃ ବିଚାର ଆବେଦନର ଶୁଣାଣି କରିବେ। ତେବେ ଓପନ୍ କୋର୍ଟରେ ଶୁଣାଣି ନହୋଇ ଚ୍ୟାମ୍ବର୍ରେ ପୁନଃ ବିଚାର ଆବେଦନର ଶୁଣାଣି ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ।
Follow Us