ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିକୃତି ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ

Advertisment
ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିକୃତି ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବ

Tribune

ଅଯୋଧ୍ୟା: ସଂପ୍ରତି ଅଯୋଧ୍ୟାରେ ନିର୍ମାଣଧୀନ ଥିବା ବହୁ ଚର୍ଚ୍ଚିତ ରାମ ମନ୍ଦିରର ପ୍ରକୃତ ପ୍ରତିକୃତିକୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ଜାନୁଆରୀ ୨୬ର ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ଆସନ୍ତା ଜାନୁଆରୀ ୨୬ର ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ହେବାକୁ ଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟରେ ଉତ୍ତରପ୍ରଦେଶର ସାଂସ୍କୃତିକ ‘ଐତିହ୍ୟ’ ଶୀର୍ଷକ ଏହି ପ୍ରଜ୍ଞାପନ ମେଢ଼ରେ ଅଯୋଧ୍ୟା ଏବଂ ଭଗବାନ ରାମଙ୍କ ସହ ଜଡିତ ସଂସ୍କୃତି, ପରମ୍ପରା ଏବଂ କଳା ଚିତ୍ରିତ ହେବ। ରାମ ମନ୍ଦିରର ନିର୍ମାଣ ଆରମ୍ଭ ହୋଇ ସାରିଛି। ଅଯୋଧ୍ୟା, ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଏହି ମନ୍ଦିର ନିର୍ମାଣରେ ଲୁହା ବ୍ୟବହାର ହେବ ନାହିଁ।
ଗଣତନ୍ତ୍ର ଦିବସ ପରେଡର ପ୍ରଜ୍ଞାପନ ମେଢ଼କୁ ନେଇ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉତ୍ତରପ୍ରଦେଶରୁ ପଠାଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ଜାଣିବାକୁ ମିଳିଛି।

publive-image Latestly

ଏସଂପର୍କରେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ବହୁ ପ୍ରତୀକ୍ଷିତ ମନ୍ଦିର ର୍ନିମାଣ ସହିତ ଅଯୋଧ୍ୟା ଧାର୍ମିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାର ମଧ୍ୟ ଅଯୋଧ୍ୟାକୁ ସମଗ୍ର ବିଶ୍ୱରେ ଧାର୍ମିକ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର କରିବାକୁ ଚାହୁଁଛନ୍ତି। ସର୍ବଭାରତୀୟ ସ୍ତରରେ ଭାରତୀୟ ସଂସ୍କୃତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏକ ବିଶାଳ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ଅଯୋଧ୍ୟାର ନବୀକରଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe