‘ଆୟୁଷ୍ମାନ୍ ଭାରତ ଡିଜିଟାଲ ମିସନ’ ଆରମ୍ଭ: ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ: ମୋଦୀ

Advertisment
ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା: ସାମିଲ ହେବେ ଓଡ଼ିଶାର ୫୬ ଛାତ୍ରଛାତ୍ରୀ

Image Courtesy of Business Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ଆୟୁଷ୍ମାନ୍ ଭାରତ ଡିଜିଟାଲ ମିସନ’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଉକ୍ତ ମିସନ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଚିକିତ୍ସାଗତ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରିବ।

ଗତବର୍ଷ ସ୍ବାଧୀନତା ଦିବସରେ ସରକାର ଉକ୍ତ ପାଇଲଟ ପ୍ରକଳ୍ପ ଘୋଷଣା କରିଥିଲେ। ନୂଆ ପ୍ରକଳ୍ପର ମୁଖ୍ୟାଂଶଗୁଡ଼ିକ ହେଉଛି: ‌ନ‌ାଗଗରିକମାନଙ୍କ ସମ୍ମତିରେ ସେମାନଙ୍କର ସ୍ବାସ୍ଥ୍ୟ ରେକର୍ଡ ଦୀର୍ଘକାଳ ଯାଏ ସାଇତି ରଖିବା, ଯାହା ଦରକାର ସମୟରେ ସେମାନେ ପାଇପାରିବେ। ତାହା ସେମାନେ ନିଜ ପାଖରେ ରଖିପାରିବେ ଓ ଦରକାରବେଳେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ସୁବିଧା ପାଇପାରିବେ। ନୂଆ ଯୋଜନାରେ ଡିଜିଟାଲ ହେଲ୍‌ଥ ଇକୋସିଷ୍ଟମ୍‌ ଭିତରେ ୟୁପିଆଇ ଅନୁରୂପ ଏକ ତଥ୍ୟ ଆଦାନପ୍ରଦାନ ସୁବିଧା ସୃଷ୍ଟି କରାଯିବ। ଏହା ସ୍ବାସ୍ଥ୍ୟ ସମ୍ପର୍କିତ ବ୍ୟକ୍ତିଗତ ସୂଚନାର ଗୋପନୀୟତାକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ। ପ୍ରତି ନାଗରିକଙ୍କର ଏକ ହେଲ୍‌ଥ ଆଇଡି ରହିବ, ଯାହା ସେମାନଙ୍କ ହେଲ୍‌ଥ ଆକାଉଣ୍ଟ ପରି କାମ କରିବ। ସମସ୍ତ ବ୍ୟକ୍ତିଗତ ହେଲ୍‌ଥ ରେକର୍ଡକୁ ଏହା ସହ ଲିଙ୍କ କରାଯିବ ଏବଂ ଏକ ମୋବାଇଲ୍‌ ଆପ୍ ଜରିଆରେ ଏହାକୁ ଦେଖିହେବ।

ହେଲ୍‌ଥ କେୟାର ପ୍ରଫେସନାଲ୍ସ ରେଜିଷ୍ଟ୍ରି (ଏଚ୍‌ପିଆର୍‌) ଏବଂ ହେଲ୍‌ଥ କେୟାର ଫାସିଲିଟିଜ୍ ରେଜିଷ୍ଟ୍ରିଜ୍ (ଏଚ୍‌ଏଫ୍‌ଆର୍‌) ଉଭୟ ଆଧୁନିକ ଓ ପାରମ୍ପରିକ ଚିକିତ୍ସା ପଦ୍ଧତିର ସମସ୍ତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ଏକ ରିପୋଜିଟୋରୀ (ତଥ୍ୟ ରଖିବା ସ୍ଥାନ) ଭାବେ କାର୍ଯ୍ୟ କରିବ। ଏହା ଡାକ୍ତର, ହସ୍ପିଟାଲ ଓ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ‘ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍‌’କୁ ସୁନିଶ୍ଚିତ କରିବ। ବର୍ତ୍ତମାନ ଏହି ପ୍ରକଳ୍ପ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ପାଇଲଟ୍ ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି। ଆହୁରିମଧ୍ୟ ମିସନର ଅଂଶ ସ୍ବରୂପ ସୃଷ୍ଟି କରାଯାଇଥିବା ‘ଆୟୁଷ୍ମାନ୍ ଭାରତ ଡିଜିଟାଲ ମିସନ ସ୍ୟାଣ୍ଡବକ୍ସ’ ପ୍ରଯୁକ୍ତି ଓ ଉତ୍ପାଦ ପରୀକ୍ଷଣ ପାଇଁ ଏକ ଢାଞ୍ଚା ଭାବେ କାର୍ଯ୍ୟ କରିବ। ସ୍ବାସ୍ଥ୍ୟ ସୂଚନା ପ୍ରଦାନକାରୀ ଭାବେ ନ୍ୟାସନାଲ ଡିଜିଟାଲ ହେଲ୍‌ଥ ଇକୋସିଷ୍ଟମ୍‌ର ଅଂଶ ହେବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାକୁ ଏହା ସାହାଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe