ଭାରତର ସ୍ବାଧୀନତା ପାଳନ କରିବା ଲାଗି ୭୫୦ଜଣ ଛାତ୍ରୀ ନିର୍ମାଣ କରିଛନ୍ତି ‘ଆଜାଦୀସାଟ୍‌’

Advertisment
ଭାରତର ସ୍ବାଧୀନତା ପାଳନ କରିବା ଲାଗି ୭୫୦ଜଣ ଛାତ୍ରୀ ନିର୍ମାଣ କରିଛନ୍ତି ‘ଆଜାଦୀସାଟ୍‌’

Image Courtesy of India Today

ନୂଆଦିଲ୍ଲୀ: ଭାରତର ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସମଗ୍ର ଦେଶର ୭୫୦ଜଣ ଛାତ୍ରୀଙ୍କଦ୍ବାରା ନିର୍ମିତ ୭୫ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିବ।

‘ଆଜାଦୀସାଟ୍‌’ ବୋଲି ନାମକରଣ ହୋଇଥିବା ଏହି କୃତ୍ରିମ ଉପଗ୍ରହ ସବୁ ଅଗଷ୍ଟ ୭ ତାରିଖ ଦିନ ପ୍ରଥମ ଅଭିଯାନରେ ଯିବାକୁ ଥିବା ‘ସ୍ମଲ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ (ଏସ୍‌ଏସ୍‌ଏଲ୍‌ଭି) ଜରିଆରେ ଉତ୍‌କ୍ଷେପଣ କରାଯିବ।

ଏହି ୬ ମାସିଆ ଅଭିଯାନ ପ୍ରକଳ୍ପ ହେଉଛି ଦେଶ ସ୍ବାଧୀନତାର ୭୫ତମ ବର୍ଷରେ ପାଳନ ହେଉଥିବା ‘ସ୍ବାଧୀନତାର ଅମୃତ ମହ‌ୋତ୍ସବ’ ପାଳନର ଅଂଶବିଶେଷ। ସକାଳ ୯.୧୮ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରରୁ ଏହି ସାଟେଲାଇଟ୍‌ ‘ଲୋ ଆର୍ଥ ଅର୍ବିଟ୍‌’କୁ ଉତ୍‌କ୍ଷେପଣ କରାଯିବ।

publive-image Image Courtesy of IGN

ସମଗ୍ର ଭାରତରୁ ୭୫୦ଜଣ ଛାତ୍ରୀ ନିର୍ମାଣ କରିଥିବା ‘ଆଜାଦିସାଟ୍‌’ ହେଉଛି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଙ୍ଗ୍‌ ଏବଂ ଗଣିତ ପ୍ରତି ଝିଅମାନଙ୍କୁ ପ୍ରୋତ୍ସାହିତ କରିବାର ଫଳ। ୮ କିଲୋଗ୍ରାମ୍‌ବିଶିଷ୍ଟ ‘କ୍ୟୁବ୍‌ସାଟ୍‌’ରେ ପ୍ରତ୍ୟେକ ୫୦ ଗ୍ରାମ୍‌ ଓଜନବିଶିଷ୍ଟ ୭୫ଟି ଭିନ୍ନ ଭିନ୍ନ ‌କୃତ୍ରିମ ଉପଗ୍ରହ ରହିଛି।

‘ଇସ୍ରୋ’ କହିଛି ଯେ, ଏହି କୃତ୍ରିମ ଉପଗ୍ରହ ସବୁକୁ ନିର୍ମାଣ କରିବା ଲାଗି ଦେଶର ମଫସଲ ଅଞ୍ଚଳର ଛାତ୍ରୀମାନଙ୍କୁ ‘ଗାଇଡାନ୍‌ସ୍‌’ ଯୋଗାଇ ଦିଆଯାଇଥିଲା। ଏହି ଉପଗ୍ରହ ସବୁ ଖାଲି ସୌଖୀନ ରେଡିଓ ଅପରେଟର୍‌ଙ୍କ ପାଇଁ ହାମ୍‌ ରେଡିଓର ଫ୍ରିକ୍ବେନ୍‌ସି ବୃଦ୍ଧି କରି ‘ଭଏସ୍‌ ଆଣ୍ଡ୍‌ ଡାଟା’ ପ୍ରସାରଣ କରାଇବାରେ ସମର୍ଥ କରାଉଥିବା ‘ୟୁଏଚ୍‌ଏଫ୍‌-ଭିଏଚ୍‌ଏଫ୍‌ ଟ୍ରାନ୍‌ସ୍‌ପଣ୍ଡର୍‌’ ନୁହେଁ, ଏଥିରେ ସଲେ୍‌ଫି କ୍ୟାମେରା ବି ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe