ଜେଲ୍‌ରୁ ବାହାରିଲେ ଆଜମ, ଇନ୍ଦ୍ରାଣୀ

Advertisment
ଜେଲ୍‌ରୁ ବାହାରିଲେ ଆଜମ, ଇନ୍ଦ୍ରାଣୀ

ଲକ୍ଷ୍ନୌ : ବିଭିନ୍ନ ଅପରାଧିକ ମାମଲାରେ ଜେଲ୍ ଯାଇଥିବା ସମାଜବାଦୀ ପାର୍ଟି (ସପା) ନେତା ଆଜମ୍ ଖାନ୍ ଶୁକ୍ରବାର ଦିନ ସୀତାପୁର ଜେଲ୍‌ରୁ ଦୀର୍ଘ ୨୭ ମାସ ପରେ ବାହାରିଛନ୍ତି। ଗତକାଲି ସୁପ୍ରିମ କୋର୍ଟ ତାଙ୍କୁ ଏହି ମାମଲାରେ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଗୁରୁବାର ରାତିରେ ସୁପ୍ରିମ କୋର୍ଟଙ୍କ ରାୟର ନକଲ ଜେଲରେ ପହଞ୍ଚିଥିଲା ଏବଂ ଶୁକ୍ରବାର ସକାଳୁ ସେ ଜେଲରୁ ବହାରିଛନ୍ତି। ଜେଲ୍ ବାହାରେ ତାଙ୍କୁ ଭେଟିବା ପାଇଁ ତାଙ୍କର ସମର୍ଥକ ଓ ପରିବାର ସଦସ୍ୟ ଓ ଦଳୀୟ ନେତା ଉପସ୍ଥିତ ଥିଲେ। ସୁପ୍ରିମ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହିତ ରାମପୁର ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ପାଖରେ ନିୟମିତ ଜାମିନ ଆବେଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଶୀନା ବୋରା ହତ୍ୟା ମାମଲାରେ ମୁମ୍ବାଇ ବାଇକୁଳା ଜେଲ୍‌ରେ ବନ୍ଦୀ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି । ଜେଲ୍‌ରୁ ବାହାରିବା ପରେ ଇନ୍ଦ୍ରାଣୀ ଗଣମାଧ୍ୟମକୁ କହିଛନ୍ତି, ସେ ଏବେ ଖୋଲା ଆକାଶ ଦେଖିବାର ସୁଯୋଗ ପାଇଲେ ଏବଂ ବହୁତ ଖୁସି ଅଛନ୍ତି। ନିଜ ଝିଅ ଶୀନା ବୋରାର ହତ୍ୟା ମାମଲାରେ ୬ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ଥିବା ଇନ୍ଦ୍ରାଣୀଙ୍କୁ ଦୁଇ ଦିନ ତଳେ ସୁପ୍ରିମ୍‌ କୋର୍ଟ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ୨୪ ଏପ୍ରିଲ ୨୦୧୨ରୁ ହତ୍ୟା ମାମଲାରେ ମକଦ୍ଦମା ଚାଲିଛି। ଇନ୍ଦ୍ରାଣୀ ଶୀନାଙ୍କ ଗଳା ଚିପି ହତ୍ୟା କରିଥିଲେ ଏବଂ ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୋତି ଦେଇଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe