ନୂଆଦିଲ୍ଲୀ: ରାମପୁରର ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି। ଆଜମଙ୍କ ଅସୁସ୍ଥତା ଖବର ପାଇବା ପରେ ଜିଲ୍ଲା ହସ୍ପିଟାଲର ତିନି ଜଣିଆ ଡାକ୍ତରୀ ଦଳ ଜେଲରେ ପହଞ୍ଚିଛନ୍ତି କିନ୍ତୁ ଖାନ ତାଙ୍କ ସ୍ବାସ୍ଥ୍ୟର ଡାକ୍ତରୀ ପରୀକ୍ଷା ପାଇଁ ଅନୁମତି ଦେଉ ନାହାନ୍ତି। ଏହାକୁ ନେଇ ଜେଲ ପ୍ରଶାସନ ଚିନ୍ତାରେ ପଡ଼ିଛି।
ନିଜର ଚିକିତ୍ସା ପାଇଁ ଦେଲେ ନାହିଁ ଅନୁମତି
ଆଜମ ଖାନ ଅସୁସ୍ଥ ହେବା ଦେଖି ଜେଲ ପ୍ରଶାସନ ଜିଲ୍ଲା ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ (CMS)ଙ୍କୁ ଏକ ଚିଠି ପଠାଇ ତିନି ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଇବାକୁ ଅନୁରୋଧ କରିଥିଲା। ଏହି ଚିଠି ପାଇବା କ୍ଷଣି ଜିଲ୍ଲା ହସ୍ପିଟାଲର ଜଣେ ସର୍ଜନ, ଜଣେ ଡାକ୍ତର ଏବଂ ଜଣେ ଚକ୍ଷୁ ବିଶେଷଜ୍ଞ କିଛି ସହଯୋଗୀଙ୍କୁ ନେଇ ଜେଲରେ ପହଞ୍ଚିଥିଲେ। ଆଜମ ଖାନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନୁମତି ଦେଇ ନଥିଲେ। ଫଳରେ ଡାକ୍ତରୀ ଦଳ ଜେଲରୁ ଫେରି ଆସିଥିଲେ।
ଅଧିକପଢ଼ନ୍ତୁ:ରାଜନେତାମାନେ କଳାଧନରେ ବିବାହରେ ଅଯଥା ଖର୍ଚ୍ଚ କରୁଛନ୍ତି: ଉମା ଭାରତୀଙ୍କ କଡ଼ା ସମାଲୋଚନା
ଫେରି ଆସିଲେ ଡାକ୍ତରୀଟିମ
ଜିଲ୍ଲା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଭି.ସି. ସକ୍ସେନା କହିଛନ୍ତି ଯେ, ‘ ଜେଲ ପକ୍ଷରୁ ଆଜମ ଖାନଙ୍କ ଡାକ୍ତରୀ ପରୀକ୍ଷା କରିବା ପାଇଁ ଏକ ଦଳକୁ ଅନୁରୋଧ କରାଯାଇଥିଲା। ଏହାପରେ ଦଳ ଜେଲରେ ପହଞ୍ଚିଥିଲା। କିନ୍ତୁ ଅନୁମତି ନମିଳିବାରୁ ଡାକ୍ତରୀ ଦଳ ଆଜମଙ୍କୁ ଚିକିତ୍ସା ନକରି ଜେଲରୁ ଫେରି ଆସିଥିଲା’
ନକଲି ପାନ କାର୍ଡ ମାମଲାରେ ଫସିଛନ୍ତି
ନକଲି ପାନ କାର୍ଡ ମାମଲାରେ ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କୁ ସାତ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଉଭୟ ରାମପୁର ଜେଲରେ ବନ୍ଦୀ ଅଛନ୍ତି। କିଛି ଦିନ ପୂର୍ବରୁ ଅବଦୁଲ୍ଲା ଆଜମଙ୍କ ଓକିଲ କହିଥିଲେ,‘ ଆଜମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଚିକିତ୍ସା ଆବଶ୍ୟକ ରହିଛି।’
ଅଧିକପଢ଼ନ୍ତୁ:ଲଣ୍ଡନ ଏୟାରପୋର୍ଟରେ ଅଜବ ଘଟଣା, ଲୋକଙ୍କ ଉପରକୁ ପିପର ସ୍ପ୍ରେ କଲା ସଦିଗ୍ଧ ଯୁବକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/untitled-28-2025-12-07-18-38-28.jpg)