ଉତ୍ତରପ୍ରଦେଶ ବିଧାନସଭାରୁ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କ ସଦସ୍ୟତା ରଦ୍ଦ ହେଲା

Advertisment
ଉତ୍ତରପ୍ରଦେଶ ବିଧାନସଭାରୁ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କ ସଦସ୍ୟତା ରଦ୍ଦ ହେଲା

image source-ndtv

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି। ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଙ୍କର ନିର୍ବାଚନ ରଦ୍ଦ କରିବା ପରେ ଗତକାଲି ଉତ୍ତରପ୍ରଦେଶ ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ଏଥିରେ ଉଲ୍ଲେଖ ରହିଛି ଯେ ଉତ୍ତର ପ୍ରଦେଶ ବିଧାନସଭାରୁ ମଧ୍ୟ ତାଙ୍କର ସଦସ୍ୟତା ଡିସେମ୍ବର ୧୬ରୁ ରଦ୍ଦ ବୋଲି ଧରାଯିବ।

ସୂଚନାଯୋଗ୍ୟ, ଉଚ୍ଚ ନ୍ୟାୟାଳୟ ୨୦୧୯ ଡିସେମ୍ବର ୧୬ରେ ରାମପୁରର ସ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅବଦୁଲ୍ଲା ଖାନଙ୍କ ନିର୍ବାଚନ ରଦ୍ଦ କରି ଦେଇଥିଲେ । ଜାଲ୍ ପ୍ରମାଣପତ୍ର ଦାଖଲ କରି ଉତ୍ତର ପ୍ରଦେଶର ସ୍ୱାର ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ଅଭିଯୋଗରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବିଧାୟକ ଅବଦୁଲ୍ଲା ଆଜମ ଖାନଙ୍କ ବିଧାନସଭା ନିର୍ବାଚନ ରଦ୍ଦ କରିଥିଲେ ।

Image result for up assembly image source-zee news

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ସ୍ବାର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ବିଏସପିର ବିଧାୟକ ପ୍ରାର୍ଥୀ ନବାବ କାଜିମ ଅଲ୍ଲୀ ବିଧାୟକ ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ ଅବଦୁଲ୍ଲା ଆଜମ ଖାନଙ୍କ ବୟସ ୨୫ ବର୍ଷ ହୋଇନାହିଁ। ଏଣୁ ତାଙ୍କର ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ନବାବ କାଜିମ ଅଲ୍ଲୀ ଦାବି କରିଥିଲେ।

ଏହାପରେ ସେହି ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଚାଲିଥିଲା। ନବାବ କାଜିମ ଅଲ୍ଲୀ ପ୍ରମାଣ ସ୍ୱରୂପ ବିଧାୟକ ଅବଦୁଲ୍ଲାଙ୍କ ଦଶମ ଶ୍ରେଣୀ ମାର୍କ ସିଟ୍, ପ୍ୟାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନସ ନ୍ୟାୟାଳୟରେ ଉପସ୍ଥାପିତ କରିଥିଲେ।। ଦଶମ ଶ୍ରେଣୀ ମାର୍କ ସିଟ୍ ଅନୁଯାୟୀ ଅବଦୁଲ୍ଲା ଆଜମ ଖାନଙ୍କ ଜନ୍ମ ତାରିଖ ହେଲା ୧୯୯୩ ମସିହା ଜାନୁଆରି ୧ । ଏପରିକି ଅବଦୁଲ୍ଲାଙ୍କ ପ୍ୟାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନସରେ ବି ଜନ୍ମ ତାରିଖ ୧୯୯୩ ମସିହା ଜାନୁଆରି ୧ ଥିବା ଦର୍ଶାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe