୨୦୧୯ରେ ହାରିଥିଲେ, ୨୦୨୨ରେ ହରାଇଲେ; ୟୁପି ଲୋକସଭା ଉପ-ନିର୍ବାଚନରେ ବିଜୟୀ ହେଲେ ନିରହୁଆ

Advertisment
୨୦୧୯ରେ ହାରିଥିଲେ, ୨୦୨୨ରେ ହରାଇଲେ; ୟୁପି ଲୋକସଭା ଉପ-ନିର୍ବାଚନରେ ବିଜୟୀ ହେଲେ ନିରହୁଆ

ଲକ୍ଷ୍ନୌ: ୟୁପିରେ ଲୋକସଭା ଉପ-ନିର୍ବାଚନରେ ବାଜି ମାରିଛି ​​ବିଜେପି। ରାମପୁର ପରେ ଏବେ ଆଜମଗଡରେ ବିଜୟୀ ହୋଇଛି ବିଜେପି। ବିଜେପି ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଆଜମଗଡରୁ ବିଜୟୀ ହୋଇଛନ୍ତି। ନିରହୁଆ ସମାଜବାଦୀ ପାର୍ଟି(ସପା) ପ୍ରାର୍ଥୀ ଏବଂ ଅଖିଳେଶ ଯାଦବଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି। ୩ ବର୍ଷ ପୂର୍ବେ ୨୦୧୯ ସାଧାରଣ ନିର୍ବାଚନରେ ​​ନିରହୁଆ ଅଖିଳେଶ ଯାଦବଙ୍କଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ହେଲେ ନିରହୁଆ ହାରିଥିଲେ ମଧ୍ୟ ବିଜେପି ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରିବାକୁ ପଛଘୁଞ୍ଚା ଦେଇନଥିଲା। ଦ୍ବିତୀୟ ଥର ପ୍ରାର୍ଥୀ ହେବା ପରେ ଏବେ ବାଜି ମାରିଛନ୍ତି ନିରହୁଆ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଉପ-ନିର୍ବାଚନରେ ​​ବିଜେପିର ନିରହୁଆ ୩୧୨୭୬୮ ଭୋଟ୍ ପାଇଥିବା ବେଳେ ସପାର ଧର୍ମେନ୍ଦ୍ର ଯାଦବଙ୍କୁ ୩୦୪୦୮୯ ଭୋଟ ମିଳିଛି। ୨୦୨୨ମସିହାରେ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ, ଯାହା ପରେ ଏହି ଆସନ ଖାଲି ପଡିଥିଲା।  ଏହା ପରେ ଅଖିଳେଶ ତାଙ୍କ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରିଥିଲେ। ଧର୍ମେନ୍ଦ୍ର ଯାଦବଙ୍କ ଜରିଆରେ ସେ ଆଜମଗଡ଼ ଆସନ ହାତେଇବେ ବୋଲି ଆଶା କରିଥିବା ବେଳେ ଏବେ ତାଙ୍କ ଆଶା ଆଶାରେ ରହିଯାଇଛି।

ତେବେ ବିଧାନସଭା ନିର୍ବାଚନରେ ହାରିବା ପରେ ମଧ୍ୟ ନିରହୁଆ ଆଜାମଗଡ ଆସନରେ ସକ୍ରିୟ ଥିବା ଦେଖାଯାଇଥିଲା ଏବଂ ଏହି ଅଞ୍ଚଳର ପ୍ରସଙ୍ଗ ପାଇଁ ସବୁବେଳେ ସ୍ବର ଉତ୍ତୋଳନ କରୁଥିଲେ। ଏହି କାରଣ ପାଇଁ ତାଙ୍କୁ ଏବେ ବିଜୟର ସ୍ବାଦ ଚାଖିବାକୁ ମିଳିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe