‌ସ୍ତ୍ରୀଙ୍କ ସହିତ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଦାବି କଲେ ଅଜିମ

Advertisment
‌ସ୍ତ୍ରୀଙ୍କ ସହିତ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଦାବି କଲେ ଅଜିମ

ଶାମଲି: ବିବାହ ପାଇଁ ଝିଅ ଖୋଜି ଦେବା ହେତୁ ପୁଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଚର୍ଚ୍ଚାକୁ ଆସିଥିବା ଅଢ଼େଇ ପୁଟ ଉଚ୍ଚର ଅଜିମ ମାନସୁରୀ ଶୁକ୍ରବାର ପତ୍ନୀ ବୁଶ୍ରାଙ୍କ ସହ ଭୋଟ୍ ଦେଇଛନ୍ତି।

ଭୋଟ୍ ଦେବା ପରେ ଗଣମାଧ୍ୟମ ସହିତ ଆଲୋଚନା କରି ଅଜିମ ମାନସୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦାବି କରି କହିଛନ୍ତି କି,  କୈରାନରେ  ଏକ ବିମାନବନ୍ଦର, ମେଟ୍ରୋ ଏବଂ ଝିଅମାନଙ୍କ ପାଇଁ ଭଲ କଲେଜର ବ୍ୟବସ୍ଥା କରାଯାଉ। ଏହାଦ୍ବାରା କୈରାନବାସୀ ଖୁବ ଉପକୃତ ହେବେ।

ଯେବେ ଠାରୁ ମୁଁ ଦୁନିଆ ବିଷୟରେ ଜାଣିଲିଣି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ଓ ରାଜ୍ୟର ବିକାଶ ପାଇଁ ଅନେକ କାମ କରିଥିବା ମୁଁ ଦେଖିବାକୁ ପାଇଛି। ସେହି ଆଶାରେ ମୁଁ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ  ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏଭଳି ଦାବି କରିଛି। ସେହିପରି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଥିବା ଇକରା ହସନ ମୋ ସାନ ଭଉଣୀ ଭଳି। ସେ ଜଣେ ଭଦ୍ର ଓ ନମ୍ର ମହିଳା।’

ସୂଚନାଯୋଗ୍ୟ, କୈରାନର ବାସିନ୍ଦା ଅଜିମ ମାନସୁରୀ ତାଙ୍କର ସ୍ୱଳ୍ପ ଉଚ୍ଚତା ହେତୁ ବିବାହ କରି ପାରୁ ନଥିଲେ। ଅନେକ ଚେଷ୍ଟା ପରେ ହାପୁରର ବୁଶ୍ରାଙ୍କ ସହ ଅଜିମଙ୍କ ବିବାହ ସ୍ଥିର ହୋଇଥିଲା। ବୁଶ୍ରାଙ୍କ ଉଚ୍ଚତା ତିନି ଫୁଟ  ରହିଛି। ୨୦୨୨ରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା।

ବିବାହପରେ ଅଜିମ ପତ୍ନୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ତାଙ୍କ ସହ ଭୋଟ୍ ଦେବେ ଏବଂ ତାଙ୍କୁ ବୁଲାଇବା ପାଇଁ ମକ୍କା ନେଇଯିବେ। ସାଙ୍ଗ ହୋଇ ଭୋଟ ଦେବା ପରେ ଅଜିମ ତାଙ୍କ ପତ୍ନୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe