ରାଜ୍ୟସଭା ଉପାଧ୍ୟକ୍ଷ ନିମନ୍ତେ କଂଗ୍ରେସର ବିକେ ହରିପ୍ରସାଦ ବିରୋଧୀଙ୍କ ପ୍ରାର୍ଥୀ ହୋଇ ପାରନ୍ତି

Advertisment
ରାଜ୍ୟସଭା ଉପାଧ୍ୟକ୍ଷ ନିମନ୍ତେ କଂଗ୍ରେସର ବିକେ ହରିପ୍ରସାଦ ବିରୋଧୀଙ୍କ ପ୍ରାର୍ଥୀ ହୋଇ ପାରନ୍ତି

ନୂଆଦିଲ୍ଲୀ: ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ନିମନ୍ତେ କଂଗ୍ରେସ ସାଂସଦ ବି କେ ହରିପ୍ରସାଦ ବିରୋଧୀମାନଙ୍କ ପ୍ରାର୍ଥୀ ହୋଇ ପାରନ୍ତି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।

ବିଜେପି ବିରୋଧରେ ଏକଜୁଟ ହୋଇଥିବା କେତେକ ବିରୋଧୀ ଦଳର ଏନ୍‌ଡିଏ ପ୍ରାର୍ଥୀଙ୍କୁ ମୁକାବିଲା କରିବାକୁ ଜଣେ ମିଳିତ ପ୍ରାର୍ଥୀଙ୍କୁ ଛିଡ଼ା କରାଇବାକୁ ନିଷ୍ପତ୍ତି ନେଇ ଅଗଷ୍ଟ ୯ ତାରିଖ ନିର୍ବାଚନ ନିମନ୍ତେ ଜେଡି (ୟୁ)ର ହରିବଂଶ ନାରାୟଣ ସିଂହଙ୍କୁ ମନୋନୀତ କରିଛନ୍ତି।

ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ନିମନ୍ତେ ଅନ୍ତିମ ଦିବସ। ବୁଧବାର ଅପରାହ୍ଣ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ସରିଲେ ଯଦି ଏକାଧିକ ପ୍ରତିଦ୍ୱନ୍ଦ୍ୱୀ ଥିବେ ତେବେ ଗରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବ।

୬୪ ବର୍ଷିୟ ହରିପ୍ରସାଦ କର୍ଣ୍ଣାଟକରୁ କଂଗ୍ରେସର ରାଜ୍ୟସଭା ସଦସ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe