ଜୈସ-ଏ ମହମ୍ମଦ୍‌ ଶିବିର ଉପରେ ଆକ୍ରମଣକୁ ନେଇ ଭାଜପା ନେତା ୟେଦୁରପ୍ପାଙ୍କ ବିବାଦୀୟ ବୟାନ୍‌, କଂଗ୍ରେସର ସମାଲୋଚନା

Advertisment
ଜୈସ-ଏ ମହମ୍ମଦ୍‌ ଶିବିର ଉପରେ ଆକ୍ରମଣକୁ ନେଇ ଭାଜପା ନେତା ୟେଦୁରପ୍ପାଙ୍କ ବିବାଦୀୟ ବୟାନ୍‌, କଂଗ୍ରେସର ସମାଲୋଚନା

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ପ୍ରଦେଶ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଜୈସ-ଏ ମହମ୍ମଦ୍‌ ଶିବିର ଉପରେ ଆକ୍ରମଣ ପରେ ଏହାର ସୁଫଳ ଭାଜପାକୁ ମିଳିବ। ଏହାର ପରିମାଣସ୍ୱରୂପ ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକର ୨୮ ରୁ ୨୨ଟି ଲୋକସଭା ଆସନରୁ ବିଜୟୀ ହେବ। ୟେଦୁରପ୍ପା ଚିତ୍ରଦୁର୍ଗଠାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ଏଭଳି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସାରା ଦେଶର ଏହି ଆକ୍ରମଣକୁ ନେଇ ସମସ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଏହି ଟିପ୍ପଣୀକୁ ନେଇ କଂଗ୍ରେସ ନେତାମାନେ ସମାଲୋଚନା କରିଛନ୍ତି। କର୍ଣ୍ଣାଟକ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଭାଜପା ନେତାଙ୍କ ଏଭଳି ଟିପ୍ପଣୀ ବିରକ୍ତିକର,ଲଜ୍ଜାଜନକ ଓ ଦାୟିତ୍ୱହୀନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି ‘ୟେଦୁରପ୍ପାଙ୍କ ଏଭଳି ଟିପ୍ପଣୀକୁ ମୁଁ ନିନ୍ଦା କରୁଛି। ୟେଦୁରପ୍ପାଙ୍କ ଏଭଳି ଟିପ୍ପଣୀ ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି ହୋଇଛି।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିନେଇ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ସିଦ୍ଧରମୈୟା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe