ବ୍ଲକବଷ୍ଟର ଫିଲ୍ମ 'ବାହୁବଲୀ'ର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲିଙ୍କ ସମେତ ପୂରା ପରିବାର କରୋନା ଆକ୍ରାନ୍ତ

Advertisment
ବ୍ଲକବଷ୍ଟର ଫିଲ୍ମ 'ବାହୁବଲୀ'ର ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲିଙ୍କ ସମେତ ପୂରା ପରିବାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୫ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ କବଳରେ ସାଧାରଣ ଲୋକଙ୍କ ସମତେ ଦେଶର ଅନେକ ବଡ଼ ବଡ଼ ନେତା ଓ ଅଭିନେତା ଆସି ସାରିଛନ୍ତି। ପୂର୍ବରୁ ଖେର୍ ପରିବାର ଓ ବଚ୍ଚନ ପରିବାରରେ କରୋନା ଭୂତାଣୁ ପ୍ରବେଶ କରିଥିବା ବେଳେ ଏବେ ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲିଙ୍କ ଘରେ କରୋନା ପ୍ରବେଶ କରିଛି। ଟୁଇଟରରେ ଏ ନେଇ ସୂଚନା ଦେଇଛନ୍ତି ରାଜମୌଲି। ନିର୍ଦ୍ଦେଶକ ରାଜମୌଲିଙ୍କ ସମେତ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ସେମାନଙ୍କର ସାମାନ୍ୟ ଲକ୍ଷଣ ଥିବାରୁ ଡାକ୍ତର ତାଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ କହିଥିବା ଲେଖିଛନ୍ତି ରାଜମୌଲି।

publive-image DTNext

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଅନେକ ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଏହା ପରେ କରୋନା ପରୀକ୍ଷା କରିବାକୁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଥିଲେ, ପରୀକ୍ଷା ପରେ ଏବେ ରିପୋର୍ଟ ପଜିଟିଭ୍ ଆସିଛି। କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ଡାକ୍ତରମାନେ ସେମାନଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।  ସେ ଆଣ୍ଟିବଡି ବିକାଶକୁ ଅପେକ୍ଷା କରିଛନ୍ତି, ଯାହା ଦ୍ବାରା ସେ ପ୍ଲାଜମା ଦାନ କରିପାରିବେ ବୋଲି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe