The Indian Express
ଭୁବନେଶ୍ବର : ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ବିଷୟରେ ଆଲୋଚନାକୁ ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା କୁଣ୍ଠା ମନୋଭାବକୁ ଦୂର କରିବା ଲାଗି ବାତେଁ ଅନଲକ୍ଡ ଅଭିଯାନ ଆରମ୍ଭ କରାଯାଇଛି। ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶାର ପାଞ୍ଚଟି ଜିଲ୍ଲା କଳାହାଣ୍ଡି, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ଓ ରାୟଗଡ଼ାର ୫୦ରୁ ଅଧିକ ଗ୍ରାମକୁ ସାମିଲ କରାଯାଇଛି। ପ୍ରାୟ ୫୦ ଯୁବକଯୁବତୀ ଏଥିରେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରିବେ। ନିଜ ସ୍ବାସ୍ଥ୍ୟ ବିଷୟର ଆଲୋଚନା କରିବା ଓ ଶରୀରକୁ ବୁଝିବା ଲାଗି ସେମାନେ ଲୋକମାନଙ୍କୁ ଆହ୍ବାନ ଦେବେ। ନିଉ ହୋମ୍ ଇଣ୍ଡିଆ, ବିଶ୍ବନାଥପୁର ଆଞ୍ଚଳିକ ଉନ୍ନୟନ ସମିତି, ରୁପାୟନ ସାମାଜିକ ସେବା ସଦନ ଗୋଷ୍ଠୀ ଅଭିଯାନ ଓ ପ୍ରାକ୍ସିସ୍ ପକ୍ଷରୁ ଏହି ଅଭିଯାନକୁ ସମର୍ଥନ କରାଯାଉଛି।
Follow Us