ଆଶ୍ରମରେ ବାବାଙ୍କ କଳା କାରନାମା

ଆଶ୍ରମରେ ବାବାଙ୍କ କଳା କାରନାମା

Image Source: India Today

ମୁଜାଫରନଗର(ଉତ୍ତରପ୍ରଦେଶ): ଏଠାରୁ ୩୦ କିମି ଦୂର ଶୁକ୍ରାତାଲ ସ୍ଥିତ ଏକ ଆଶ୍ରମରେ ଭକ୍ତିଭୂଷଣ ଦାସ ନାମକ ଜଣେ ଆତ୍ମଘୋଷିତ ବାବାଙ୍କ ଯୌନଶୋଷଣ କାରନାମା ସାମନାକୁ ଆସିଛି। ଆଶ୍ରମରେ ରହୁଥିବା ନାବାଳକମାନେ ପ୍ରତ୍ୟହ ଦୈନନ୍ଦିନ କାର୍ଯ୍ୟ ସାରି ସନ୍ଧ୍ୟାବେଳକୁ ବାବାଙ୍କ ଚିନ୍ତାରେ ଆତଙ୍କିତ ହୋଇପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଶ୍ରମର ପରିଚାଳକ ବାବା ଭକ୍ତିଭୂଷଣ ଅନ୍ତେବାସୀ ଚେଲାମାନଙ୍କୁ କୋଭିଡ୍‌ ଔଷଧ ଦେବା ବାହାନାରେ ମଦ ପିଇବାକୁ ବାଧ୍ୟ କରନ୍ତି। ଏପରିକି ସେମାନଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଅଶ୍ଳୀଳ ଛବି ଦେଖାଇ ଯୌନ ନିର୍ଯାତନା ଦେଇଥାନ୍ତି। ଏଥିରେ କେହି ଅରାଜି ହେଲେ ସେମାଙ୍କୁ ଭୀଷଣ ମାଡ଼ ଦେଇଥାନ୍ତି ବୋଲି ଅଭିଯୋଗ ହୋଇଛି।

ଆର୍ଥିକ ଅନଟନରେ ସନ୍ତୁଳି ହେଉଥିବା ପରିବାର ନିଜ ପିଲାମାନଙ୍କର ଶିକ୍ଷାଲାଭ ଓ ଉନ୍ନତ ଭବିଷ୍ୟତ ଆଶାରେ ସେମାନଙ୍କୁ ସେହି ଆଶ୍ରମରେ ଛାଡ଼ିଥାନ୍ତି। ବର୍ଷ ବର୍ଷ ଧରି ଏହି ମହତ୍ ପ୍ରକ୍ରିୟା ଚାଲି ଆସୁଥିବା ବେଳେ ଏହାର ଘୃଣ୍ୟ ଦିଗଟି ଏବେ ଲୋକଲୋଚନକୁ ଆସିଛି। ସ୍ଥାନୀୟ ଶିଶୁ ମଙ୍ଗଳ ସମିତି ଆଗରେ ଜଣେ ୧୦ ବର୍ଷୀୟ ବାଳକ କହିଛି, ଆଶ୍ରମର ମହାରାଜ ସେମାନଙ୍କୁ ମଦ ପିଇବାକୁ ବାଧ୍ୟ କରି ଉଲଗ୍ନ ହେବାକୁ କହନ୍ତି। ପରେ ସେମାନଙ୍କୁ ଅଶ୍ଳୀଳ ଚିତ୍ର ସବୁ ଦେଖାଇ ନାନା ଅନୈତିକ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ଅଭିଯୋଗ ଭିତ୍ତିରେ ସ୍ଥାନୀୟ ପୁଲିସ ବାବା ଭକ୍ତିଭୂଷଣ ଏବଂ ତାଙ୍କ ସହଯୋଗୀ ମୋହନ ଦାସକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe