ଭିଡିଓ ରେକର୍ଡ କରିଥିବା ୟୁଟ୍ୟୁବରଙ୍କ ବିରୋଧରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆଣିଲେ ‘ବାବା କା ଢାବା’ର ମାଲିକ

ଭିଡିଓ ରେକର୍ଡ କରିଥିବା ୟୁଟ୍ୟୁବରଙ୍କ ବିରୋଧରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆଣିଲେ ‘ବାବା କା ଢାବା’ର ମାଲିକ

indiatoday

ନୂଆଦିଲ୍ଲୀ: କିଛି ଦିନ ତଳେ ଦିଲ୍ଲୀର ମାଲବୀୟ  ନଗରରେ ଅବସ୍ଥିତ ‘ବାବା କା ଢାବା’କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା। ‘ବାବା କା ଢାବା’ ଚଳାଉଥିବା ବୃଦ୍ଧ ଦମ୍ପତ୍ତି କରୋନା ମହାମାରୀ ହେତୁ ଢାବା ପ୍ରାୟ ବନ୍ଦ ହୋଇଯାଇଥିବାର ଦୁୁଃଖ ଜଣାଇଥିଲେ। ଏହି ଭିଡିଓ ରାତାରାତି ଭାଇରାଲ ହେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଢ଼ାବାକୁ ଲୋକଙ୍କ ସୁଅ ଛୁଟିଥିଲା। ଏହା ସହ ତାଙ୍କୁ ଅନେକ ଲୋକ ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ। ହେଲେ ଭିଡିଓ ଦେଖି ଲୋକେ ଅନଲାଇନରେ ପଠାଇଥିବା ଟଙ୍କାକୁ ଭିଡିଓ ରେକର୍ଡ କରିଥିବା ୟୁଟ୍ୟୁବର ହଡ଼ପ କରିଥିବା ନେଇ ଅଭିଯୋଗ କରିଛନ୍ତି ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ।

ନିଜ ଅଭିଯୋଗରେ କାନ୍ତା ପ୍ରସାଦ କହିଛନ୍ତି ଯେ, ସୋସିଆଲ ମିଡିଆରୁ ଦାନ ମାଗିବା ପାଇଁ ଗୌରବ ୱାସାନ ସେମାନଙ୍କ ଭିଡିଓ ବ୍ୟବହାର କରିଥିଲେ ଏବଂ ପରେ ସେହି ଅର୍ଥର ଅପବ୍ୟବହାର କରିଥିଲେ। ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀଙ୍କ ଅନୁମତି ବିନା ଆର୍ଥିକ ସହାୟତା ପାଇଁ ଗୌରବ ୱାସାନ୍ ନିଜ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇ ଟଙ୍କା ଆଣିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Baba Ka Dhaba owner files complaint against YouTuber Gaurav Wasan for misappropriating money, Twitter reacts | Entertainment News – India TV India TV News

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କରୋନା ମହାମାରୀ ହେତୁ ଢାବା ପ୍ରାୟ ବନ୍ଦ ହୋଇଯାଇଥିବାର ଦୁୁଃଖ ଜଣାଇଥିଲେ କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ। ବୃଦ୍ଧଦମ୍ପତ୍ତି କାନ୍ଦିକାନ୍ଦି ଦୁଃଖ କଥା କହୁଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଖୁବ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି କ୍ରିକେଟ ତାରକା ପର୍ଯ୍ୟନ୍ତ ସମସ୍ତେ ସେୟାର କରିଥିଲେ । ରବିନା ଟଣ୍ଡନ, ସୁନୀଲ ସେଟ୍ଟୀ, ରଣଦୀପ୍ ହୁଡା, ସ୍ୱରା ଭାସ୍କର ଓ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ଏହି ଭିଡିଓକୁ ସେୟାର କରିବା ସହ ଏଠାରେ ଖାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହା ସହ ଡେଟିଂ ଆପ୍‌ ଟିଣ୍ଡର୍‌ ମଧ୍ୟ ତା’ର ଗ୍ରାହକଙ୍କୁ ‘ବାବା କା ଢାବା’କୁ ଡେଟିଂରେ ଯିବା ପାଇଁ ସୁପାରିସ୍‌ କରିଥିବାର ଦେଖିବାକୁ ମିଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe