ବର୍ଣ୍ଣବୈଷମ୍ୟ ଟୀପ୍ପଣୀ ଦେଇ ଅଡୁଆରେ ରାମଦେବ: କଳା ରଂଗକୁ ଏକ ରୋଗ କହି ଟୁଇଟରେ ଟାର୍ଗେଟ ପାଲଟିଲେ

Advertisment
ବର୍ଣ୍ଣବୈଷମ୍ୟ ଟୀପ୍ପଣୀ ଦେଇ ଅଡୁଆରେ ରାମଦେବ: କଳା ରଂଗକୁ ଏକ ରୋଗ କହି ଟୁଇଟରେ ଟାର୍ଗେଟ ପାଲଟିଲେ

ନୂଆଦିଲ୍ଲୀ: ‘କଳା ରଂଗରେ ସୌନ୍ଦର୍ଯ୍ୟ ନଥାଏ’ ବାବା ରାମଦେବଙ୍କ ପତଞ୍ଜଳୀର ଏକ କ୍ରିମ୍‌ରେ କଳା ରଂଗକୁ ଏକ ରୋଗ ବୋଲି ବର୍ଣ୍ଣନା କରାଯିବା ପରେ ଏହା ଏବେ ବିବାଦର ପରିସରକୁ ଆସିଛି। ପତଞ୍ଜଳିର କେତେକ କ୍ରିମ୍‌କୁ ବର୍ଣ୍ଣନା କରାଯିବା ବେଳେ ସେଠାରେ ସୁଷ୍କ ତ୍ୱଚା, କଳା ରଂଗ ଏବଂ ଟାଣୁଆ ତ୍ୱଚାକୁ ଏକ ରୋଗ ବୋଲି କୁହାଯାଇଛି। ଏହାକୁ ନେଇ ଏବେ ଟୁିଟର୍‌ରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। କଳା ରଂଗ ଏକ ରୋଗ ନୁହେଁ ବୋଲି ଯୁକ୍ତି କରି ବହୁ ଟୁଇଟର୍‌ ବ୍ୟବହାରକାରୀ ବାବା ରାମଦେବଙ୍କ ଟାର୍ଗେଟ କରିଛନ୍ତି। ପତଞ୍ଜଳିର ଉକ୍ତ ବିଜ୍ଞାପନରେ ଆହୁରି ବି ଲେଖାଯାଇଛି ଯେ ଏହା ଆପଣଙ୍କୁ ୧୦୦ ପ୍ରତିଶତ ପ୍ରାକୃତିକ ତ୍ୱଚା ପ୍ରଦାନ କରିବ।

ଏହିସଂପର୍କରେ ପତଞ୍ଜଳୀର ମୁଖପାତ୍ର ଏସ୍‌କେ ଗୁପ୍ତା କହିଛନ୍ତି, ‘ଏହା ଏକ ତ୍ରୁଟି। ଏହି ପୋଷ୍ଟ୍‍ଟି ହିନ୍ଦିରୁ ଇଂରାଜିକୁ ଅନୁବାଦ ହୋଇଥିବାରୁ ଏହାର ଅର୍ଥ ଭିନ୍ନ ସୂଚାଉଛି। ଅସଲରେ ବର୍ଣ୍ଣନା ଏପରି କରାଯାଇ ନାହିଁ। ହିନ୍ଦିରେ କଳା ରଂଗ ସଂପର୍କରେ କିଛି ବି ଲେଖାଯାଇ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe