ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ କମ ବୟସ୍କ ଯୁବକ-ଯୁବତୀଙ୍କ ଦେହାନ୍ତ ହେବାରେ ଲାଗିଛି। ବିଶେଷ କରି ହୃଦଘାତ ଏବେ ବଢ଼ିଚାଲିଛି। ନିଜକୁ ଫିଟ୍ ରଖୁଥିବା ଲୋକେ ବି ଏହାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। କିଛି ଦିନ ତଳେ ହୋଇଥିବା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଛି। ମୃତ୍ୟୁର ପ୍ରଥମିକ କାରଣ ହୃଦଘାତ ବୋଲି କୁହାଯାଉଛି। ଏମଧ୍ୟରେ ବାବା ରାମଦେବ ଏକ ବଡ଼ ଦାବି କରିଛନ୍ତି। ମଣିଷର ଜୀବନ କାଳ ୨୦୦ବର୍ଷ ବୋଲି ସେ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ ଜଣାଇଛନ୍ତି।
ତାଙ୍କ କହିବା ମୁତାବକ, "ବାଲ୍ୟାବସ୍ଥା ପରେ, ଯୌବନ ଏବଂ ଯୌବନ ପରେ, ବୃଦ୍ଧାବସ୍ଥା ଆସିବା ନିଶ୍ଚିତ। ଯୁବା ଦେଖାଯିବା ଏବଂ ଯୁବା ରହିବା ଦୁଇଟି ଭିନ୍ନ କଥା। ଆମ ଶରୀରର କୋଷଗୁଡ଼ିକର ଏକ ଜୀବନକାଳ ଅଛି। ଏହାର ଯତ୍ନ ନନେଲେ ଶରୀରରେ ବନ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ଆସେ। ଫଳସ୍ୱରୂପ, ହୃଦଘାତ ଭଳି ଘଟଣା ଘଟେ। ମଣିଷର ପ୍ରାକୃତିକ ଜୀବନକାଳ ୧୦୦ବର୍ଷ ନୁହେଁ। ମଣିଷର ପ୍ରାକୃତିକ ଜୀବନକାଳ ଅତି କମରେ ୧୫୦-୨୦୦ ବର୍ଷ। କିନ୍ତୁ ଆମେ ଆମର ମସ୍ତିଷ୍କ, ଆମର ହୃଦୟ, ଆମର ଆଖି ଏବଂ ଆମର ଯକୃତ ଉପରେ ବହୁତ ଭାର ଲଦି ଦେଇଛୁ। ଲୋକ ନିଜ ଶରୀରର ପରିଚାଳନା କିଭଳି କରାଯିବା ଉଚିତ୍ ତାହା ଜାଣିନାହାନ୍ତି। ଯଦି ସଠିକ୍ ପରିଚାଳନା କରାଯାଏ ତେବେ ଜଣେ ୧୦୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ହେବ ନାହିଁ। ମୋର ବୟସ ଏବେ ୬୦ବର୍ଷ ଅତିକ୍ରମ କରିଛି। କିନ୍ତୁ ଯୋଗ, ଖାଦ୍ୟ ଏବଂ ଏକ ଭଲ ଜୀବନଶୈଳୀ ଯୋଗୁଁ ମୋର ଶରୀର ସୁସ୍ଥ, ଫିଟ୍ ଏବଂ ଶକ୍ତିରେ ପରିପୂର୍ଣ୍ଣ ରହିଛି।"
Follow Us