ବାବା ସିଦ୍ଦିକିଙ୍କୁ ଗୁଳିମାଡ଼ ହେବା ସମୟରେ ଆହତ ଯୁବକ ବଖାଣିଲେ ଦୁଃଖ

Advertisment

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗତ ଶନିବାର ‌ଗୁଳି କରି ହତ୍ୟା କରାଯିବା ସମୟ‌ରେ ଆହତ ହୋଇଥିବା ଯୁବକ ରାଜ କନୌଜିୟା ଦୁଃଖ ବଖାଣି କହି‌ଲେ, ‘ଆଗକୁ ଭଉଣୀ ବାହାଘର। ଦୁଇମାସ ପର୍ଯ୍ୟନ୍ତ ମୁଁ ଏବେ କିଛି କାମ କରି ପାରିବିନାହିଁ`

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗତ ଶନିବାର ‌ଗୁଳି କରି ହତ୍ୟା କରାଯିବା ସମୟ‌ରେ ଆହତ ହୋଇଥିବା ଯୁବକ ରାଜ କନୌଜିୟା ଦୁଃଖ ବଖାଣି କହି‌ଲେ, ‘ଆଗକୁ ଭଉଣୀ ବାହାଘର। ଦୁଇମାସ ପର୍ଯ୍ୟନ୍ତ ମୁଁ ଏବେ କିଛି କାମ କରି ପାରିବିନାହିଁ`

ଜକମଜତ


ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗତ ଶନିବାର ‌ଗୁଳି କରି ହତ୍ୟା କରାଯିବା ସମୟ‌ରେ ଜଣେ ଯୁବକ ବି ଏଥିରେ ଆହତ ହୋଇଥିଲେ। ଆହତ ଯୁବକଙ୍କ ନାମ ରାଜ କନୌଜିୟା ବୟସ ୨୨ବର୍ଷ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ସିଦ୍ଦିକି ତାଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକି ସହିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗୁଳିକାଣ୍ଡର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲେ ହେଁ ସିଦ୍ଦିକି ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ସିଦ୍ଦିକିଙ୍କ ଉପରେ ଗୁଳିମାଡ଼ ହେବା ସମୟରେ ରାଜ କନୌଜିୟା ‌ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଆହତ ହୋଇଥି‌ଲେ। ସ୍ଥାନୀୟଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ହସ୍ପିଟାଲ ବିଛଣାରେ ପଡ଼ି ଚିକିତ୍ସିତ ହେଉଥିବା ରାଜ କନୌଜିୟା କାନ୍ଦିକାନ୍ଦି ଦୁଃଖ ବଖାଣି କହିଛନ୍ତି, ‘ସାହାଯ୍ୟ କ’ଣ କରିବେ ଆଜ୍ଞା ଗୋଡ଼ରେ ଗୁଳି ବାଜିଛି। ଫେବ୍ରୁଆରିରେ ଭଉଣୀର ବାହାଘର ଅଛି। ଗୋଡ଼ର ଏମିତି ଅବସ୍ଥା ଯେ ଦୁଇମାସ ପର୍ଯ୍ୟନ୍ତ କିଛି କରି ପାରିବି ନାହିଁ। ଗୁଳିକାଣ୍ଡ ସମୟର ଘଟଣା ମନେ ପଡ଼ିଲେ ଏବେ ବି ଲୋକମୂଳ ଟାଙ୍କୁରି ଉଠୁଛି।

ମୁଁ ରାସ୍ତାରେ ଯାଉଥିବା ସମୟରେ ହଠାତ ବାଣଫୁଟିଲା ଭଳି ଶବ୍ଦ ‌ହୋଇଥିଲା। ମୁଁ ଭାବିଲି ଦୀପାବଳି ଆଗକୁ ଥିବାରୁ ପିଲାମାନେ ବାଣଆଣି ଫୁଟାଉଛନ୍ତି। କିଛି ସମୟ‌ରେ ପରେ ଗୁଳି ଫୁଟୁଛି କହିକହି ଲୋକେ ରାସ୍ତାରେ ଦୌଡ଼ାଦୌଡ଼ି ହେବା ଆରମ୍ଭ କଲେ। ଏତିକି ବେଳେ ମୋ ଗୋଡ଼ରେ ଏକ ଗୁଳି ଆସି ବାଜିଥିଲା। ଜୀବନ ବିକଳରେ ଘୁଶୁଡ଼ି ଘୁଶୁଡ଼ି ପାଖ ମନ୍ଦିରକୁ ଚାଲି ଯାଇଥିଲି। ସେଠାରେ ଲୋକେ ମୋର ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe