ଦୟାକରନ୍ତୁ ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ;ନ୍ୟାୟ ଦିଅନ୍ତୁ

Advertisment

ଜିସାନ ଗଣମାଧ୍ୟମର ସାମ୍ନା ମୁହଁ ଖୋଲି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏଭଳି ପରିସ୍ଥିତିରେ ଆମ ପରିବାର ଉପରେ ଦୟା କରନ୍ତୁ। ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ। ଭଲ ହେବ ବାପାଙ୍କୁ କେମିତି ନ୍ୟାୟ ମିଳିବ ସେ ଦିଗରେ ଚିନ୍ତା କରନ୍ତୁ।’

ଜିସାନ ଗଣମାଧ୍ୟମର ସାମ୍ନା ମୁହଁ ଖୋଲି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏଭଳି ପରିସ୍ଥିତିରେ ଆମ ପରିବାର ଉପରେ ଦୟା କରନ୍ତୁ। ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ। ଭଲ ହେବ ବାପାଙ୍କୁ କେମିତି ନ୍ୟାୟ ମିଳିବ ସେ ଦିଗରେ ଚିନ୍ତା କରନ୍ତୁ।’

qwewqe

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ଜିସାନ ସିଦ୍ଦିକି ତାଙ୍କ ବାପା ବାବା ସିଦ୍ଦିକିଙ୍କ ଏଭଳି ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି। ସେ କିଛି କହିବା ପରିସ୍ଥିତିରେ ନାହାନ୍ତି। ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଯାହାକୁ ନେଇ ଜିସାନ ବ୍ୟସ୍ତ ହୋଇପଡ଼ିଛନ୍ତି। 

ବାଧ୍ୟ ହୋଇ ସେ ଗଣମାଧ୍ୟମର ସାମ୍ନା ମୁହଁ ଖୋଲି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏଭଳି ପରିସ୍ଥିତିରେ ଆମ ପରିବାର ଉପରେ ଦୟା କରନ୍ତୁ। ଅଯଥାରେ ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ। ବାପାଙ୍କୁ ହରାଇବା ପରେ ପରିବାରରେ କାହାରି ଅବସ୍ଥା ଭଲନାହିଁ। ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ଅଯଥା ଗୁଜବ ବି ପ୍ରଚାର କରନ୍ତୁ ନାହିଁ। ଭଲ ହେବ ବାପାଙ୍କୁ କେମିତି ନ୍ୟାୟ ମିଳିବ ସେ ଦିଗରେ ଚିନ୍ତା କରନ୍ତୁ।’  

ସୂଚନାଯୋଗ୍ୟ, ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ନିର୍ମଲ ନଗରରେ ବାବା ସିଦ୍ଦିକି ତାଙ୍କ ପୁଅଙ୍କ କାର୍ଯ୍ୟାଳୟରୁ ବାହାରକୁ ଆସୁଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ। ଏହି ଗୁଳିମାଡ଼ର ଶିକାର ଜିସାନ ବି ହୋଇଥାଆନ୍ତେ କିନ୍ତୁ ଏକ ଜରୁରୀ ଫୋନକଲ ପାଇଁ ସେ ଘରକୁ ଫେରିବା ପାଇଁ ବାପାଙ୍କ ସାଙ୍ଗରେ ବାହାରୁଥିବା ବେଳେ ପୁଣି କାର୍ଯ୍ୟାଳୟ ଭିତରକୁ ଚାଲିଯାଇଥିଲେ। ଯେଉଁ କାରଣରୁ ସେ ବଞ୍ଚି ଯାଇଛନ୍ତି। ଜିସାନ କାର୍ଯ୍ୟାଳୟରେ ବସି କଥା ହେଉଥିବା ବେଳେ ସିଦ୍ଦିକିଙ୍କ ଉପରକୁ ଗୁଳି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସିଦ୍ଦିକି ଜୀବନ ଯୁଦ୍ଧରେ ହାରି ଯାଇଥିଲେ। 

ଜିସାନ ସିଦ୍ଦିକି 'ଏକ୍ସ'ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି,‘ଗରୀବ ନିରୀହ ଲୋକଙ୍କ ଘର ଓ ଜୀବନ ରକ୍ଷା କରୁଥିବା ବାପାଙ୍କ ଆଜି ଜୀବନ ଚାଲି ଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe