ବାବା ସିଦ୍ଦିକଙ୍କ ପୁଅ ଓ ସଲ୍‌ମାନଙ୍କୁ ହତ୍ୟା ଧମକ ଦେଇଥିବା ସନ୍ଦିଗ୍ଧ ଗିରଫ

Advertisment

ଅଭିନେତା ସଲମାନ ଖାନ ଓ ଏନସିପି ନେତା ବାବା ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ହତ୍ୟା ଧମକ ଦେଇଥିବା ଲରେନ୍ସ ବି‌ଷ୍ନୋଇ ଗ୍ୟାଙ୍ଗ୍‌ର ୨୦ ବର୍ଷୀୟ ସନ୍ଦିଗ୍ଧଙ୍କୁ ଏବେ ପୁଲିସ୍‌ ଗିରଫ କରିଛି। 

ଅଭିନେତା ସଲମାନ ଖାନ ଓ ଏନସିପି ନେତା ବାବା ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ହତ୍ୟା ଧମକ ଦେଇଥିବା ଲରେନ୍ସ ବି‌ଷ୍ନୋଇ ଗ୍ୟାଙ୍ଗ୍‌ର ୨୦ ବର୍ଷୀୟ ସନ୍ଦିଗ୍ଧଙ୍କୁ ଏବେ ପୁଲିସ୍‌ ଗିରଫ କରିଛି। 

www.indiatoday.in

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକ ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିବା କଥା ଗତ କିଛି ଦିନ ହେବ ଚର୍ଚ୍ଚାର ପରିସରରେ ରହିଛି। ତେବେ ଏହି ଅଭିଯୋଗରେ ଲରେନ୍ସ ବି‌ଷ୍ନୋଇ ଗ୍ୟାଙ୍ଗ୍‌ର ୨୦ ବର୍ଷୀୟ ସନ୍ଦିଗ୍ଧଙ୍କୁ ଏବେ ପୁଲିସ୍‌ ଗିରଫ କରିଛି। 

ଶୁକ୍ରବାର (ଅକ୍ଟୋବର ୨୫) ତାରିଖ ସନ୍ଧ୍ୟାରେ ଏକ ଧମକପୂର୍ଣ୍ଣ କଲ ମିଳିଥିଲା ଏବଂ ବାନ୍ଦ୍ରା ପୂର୍ବ ନିର୍ବାଚନମଣ୍ଡଳୀରୁ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବିଧାୟକ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା।

ଅକ୍ଟୋବର ୧୨ ତାରିଖରେ, ବାବା ସିଦ୍ଦିକଙ୍କୁ ଦଶହରା ଅବସରରେ ବାଣ ଫୁଟା ଚାଲିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ତାଙ୍କୁ ହତ୍ୟା କରାଯିବା ପରେ ଏବେ ତାଙ୍କ ପୁଅକୁ ହତ୍ୟା ଧମକ ମିଳୁଛି।

ମଙ୍ଗଳବାର ସକାଳେ ନୋଏଡା ସେକ୍ଟର ୩୯ ଅଞ୍ଚଳରେ ୨୦ ବର୍ଷିୟ ତାୟାବଙ୍କୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ତାଙ୍କୁ ରିମାଣ୍ଡରେ ସହରକୁ ଆଣିଛି।

ଏହାପୂର୍ବରୁ ଅକ୍ଟୋବର ୨୫ ତାରିଖରେରେ, ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ​​କ୍ରସ ଭୋଟ୍ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବାର ପ୍ରାୟ ତିନିମାସ ପରେ ଜିଶାନ ସିଦ୍ଦିକ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe