ପୁତ୍ର ସନ୍ତାନକୁ ଜନ୍ମ ଦେଲେ ‘ଦଙ୍ଗଲ ଗର୍ଲ’ ପହିଲମାନ ବବିତା ଫୋଗଟ

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ‘ଦଙ୍ଗଲ ଗର୍ଲ’ ପହିଲମାନ ବବିତା ଫୋଗଟ

ନୂଆଦିଲ୍ଲୀ: ଭାରତରେ ଦଙ୍ଗଲ ଗର୍ଲ ଭାବେ ଜଣାଶୁଣା ପହିଲମାନ ବବିତା ଫୋଗଟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ଫଟୋ ସେୟାର କରି ବବିତା ଲେଖିଛନ୍ତି, ଆମ ପୁଅକୁ ଭେଟନ୍ତୁ। ସ୍ୱପ୍ନରେ ବିଶ୍ୱାସ କର। ଏହା ସତ ହୁଏ। ଆମର ମଧ୍ୟ ସତ ହୋଇଛି।

ବବିତା ହରିୟାଣାର ଚରଖୀ ଦାଦ୍ରି ଜିଲ୍ଲାର ବାଲାଲି ଗାଁର ବାସିନ୍ଦା। ସେ ଡିସେମ୍ବର ୧, ୨୦୧୯ରେ ପହିଲମାନ ବିବେକ ସୁହାଗଙ୍କୁ ବିବାହ କରିଥିଲେ। ତାଙ୍କ ବିବାହରେ ଘଟିଥିବା ଘଟଣାଗୁଡ଼ିକ ସେ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଥମ କଥା ହେଲା, ବିବେକ ବିବାହ ପାଇଁ ମାତ୍ର ୨୧ଜଣ ବରଯାତ୍ରୀଙ୍କୁ ନେଇ ବିବାହ ମଣ୍ଡପରେ ପହଞ୍ଚିଥିଲେ। ଏହା ସହ ବବିତା ବିବାହ ସମୟରେ ସାତ୍ ବଦଳରେ ଆଠ୍ ଫେରା ନେଇଥିବା ଖବର ଆଲୋଚନାର ବିଷୟ ପାଲଟିଥିଲା।

बड़ी बहन ने भी 8 फेरे लिए थे

ଏଭଳି କରିବା ପଛର କାରଣ ଜଣାଇବାକୁ ଯାଇ ବବିତା କହିଥିଲେ ଯେ, ବେଟି ବଚ୍ଚାଓ ବେଟ୍ଟି ପଢ଼ାଓ ସହ ଯୌତୁକ ପ୍ରଥା ବିରୋଧରେ ଆଠ୍ ଫେରା ନେଇଛି। ତେବେ କେବଳ ମୁଁ ନୁହେଁ, ମୋ ବଡ଼ ଭଉଣୀ ଗୀତା ଫୋଗଟ ମଧ୍ୟ ନିଜ ବିବାହରେ ବେଟି ବଚ୍ଚାଓ ବେଟ୍ଟି ପଢ଼ାଓ ପାଇଁ ଆଠ୍ ଫେରା ନେଇଥିଲେ। ତେବେ ଏଇ ଦୁଇଟି କାମ ସହ ବିବାହ ପରେ ବବିତା ଓ ବିବେକ ଚାରା ରୋପଣ କରିଥିବା ଖବର ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe