ବାବ୍ରି ମସଜିଦ୍ ଧ୍ବଂସ ମାମଲା: ଆଡଭାନୀଙ୍କ ବୟାନ ରେକର୍ଡ ୨୪ରେ

Advertisment
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୂମି ପୂଜନ କାର୍ଯ୍ୟକ୍ରମ ଦେଖିବେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ

Business Standard

ଲକ୍ଷ୍ନୌ: ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଆସନ୍ତା ୨୪ ତାରିଖରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲ୍‌ କେ ଆଡଭାନୀଙ୍କ ବୟାନ ରେକର୍ଡ କରାଯିବ। ଆଇପିସିର ଧାରା ୩୧୩ ଅଧୀନରେ ଆଡଭାନୀଙ୍କ ବୟାନ ରେକର୍ଡ କରାଯିବ। ତେବେ ଆଡ଼ଭାନୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ବୟାନ ଦେବେନି। ଭିଡିଓ କନଫରେନ୍ସ ମାଧ୍ୟମରେ ଆଡଭାନୀଙ୍କ ବୟାନ ରେକର୍ଡ କରାଯିବ ବୋଲି ସ୍ବତନ୍ତ୍ର ସିବିଆଇ କୋର୍ଟ କହିଛନ୍ତି। ଅନ୍ୟପକ୍ଷେ ସ୍ବତନ୍ତ୍ର ବିଚାରପତି ଏସ୍‌ କେ ଯାଦବ ଜୁଲାଇ ୨୩ ତାରିଖରେ ବିଜେପି ନେତା ମୁରଲି ମନୋହର ଯୋଶୀଙ୍କ ବୟାନ ରେକର୍ଡ କରିବାପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଯୋଶୀ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ବୟାନ ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe