ବାବ୍‌ରି ମସ୍‌ଜିଦ୍ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆଡ଼ୱାଣୀ, ଯୋଶୀ ଓ ଭାରତୀଙ୍କ ସମେତ ୩୨ ଅଭିଯୁକ୍ତଙ୍କ ଉପରେ ରାୟ ଶୁଣାଇବେ ଅଦାଲତ

Advertisment
ବାବ୍‌ରି ମସ୍‌ଜିଦ୍ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆଡ଼ୱାଣୀ, ଯୋଶୀ ଓ ଭାରତୀଙ୍କ ସମେତ ୩୨ ଅଭିଯୁକ୍ତଙ୍କ ଉପରେ ରାୟ ଶୁଣାଇବେ ଅଦାଲତ

Image Courtesy of Hindustan Times

ଲକ୍ଷ୍ନୌ: ବାବ୍‌ରି ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ୍‌କୃଷ୍ଣ ଆଡ଼ୱାଣୀ, ପ୍ରବୀଣ ବିଜେପି ନେତା ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ୩୨ଜଣ ଅଭିଯୁକ୍ତ ଅଛନ୍ତି।

ବୁଧବାର ଦିନ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ ଅଦାଲତର ବିଚାରପତି ସୁରେନ୍ଦ୍ର କୁମାର ଅଯୋଧ୍ୟା ଅପରାଧିକ ଷଡ଼ଯନ୍ତ୍ର ମାମଲାର ରାୟ ଶୁଣାଇବାକୁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ସମସ୍ତ ୩୨ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଏ ମାସ ପ୍ରାରମ୍ଭରେ ଅଦାଲତ ଏହି ମାମଲାର ସବୁ ପ୍ରକ୍ରିୟା ଶେଷ କରିଥିଲେ।

publive-image Image Courtesy of The Business Standard

ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ଏହି ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କର ପ୍ରତିନିଧିତ୍ବ କରୁଥିବା ଓକିଲ କେକେ ମିଶ୍ର ରାୟ ଶୁଣାଇବା ଲାଗି ଅଦାଲତ ସ୍ଥିର କରିଥିବା ତାରିଖ ସଂକ୍ରାନ୍ତରେ ସୁନିଶ୍ଚିତ କରିଛନ୍ତି।

ଶୀଘ୍ର ବିଚାର ଶେଷ କରିବା ନିମନ୍ତେ ସୁପ୍ରିମ୍ କୋର୍ଟ ତାରିଖ ଅନୁମୋଦନ କରିଥିଲେ ବି ବିଜେପିର ବରିଷ୍ଠ ରାଜନେତାମାନେ ସମ୍ପୃକ୍ତ ଥିବା ଏହି ସ୍ପର୍ଶକାତର ମାମଲା ଅଦାଲତରେ ଦୀର୍ଘ ଦିନ ଧରି ପଡ଼ିରଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe