ଗର୍ଭବତୀ ହେଲା ଗର୍ଭସ୍ଥ ଶିଶୁ, ସୋନୋଗ୍ରାଫି ପାଇଁ ପହଞ୍ଚିଥିବା ମହିଳା ହେଲେ ଆଶ୍ଚର୍ଯ୍ୟ !

Advertisment

ଯେତେବେଳେ ଡାକ୍ତର ଗର୍ଭବତୀ ମହିଳାଙ୍କ ତିନିଥର ସୋନୋଗ୍ରାଫି କଲେ, ସେ ଦେଖିଲେ ଯେ ତାଙ୍କ ଗର୍ଭରେ ଥିବା ଶିଶୁର ପେଟରେ ଏକ ଭ୍ରୁଣ ରହିଛି। ଏହାକୁ ବାହାର ନକରାଗଲେ ପିଲାର ଶାରୀରିକ ବୃଦ୍ଧିରେ ସମସ୍ୟା ହେବ ବୋଲି କହିଛନ୍ତି ଡାକ୍ତର।

ଯେତେବେଳେ ଡାକ୍ତର ଗର୍ଭବତୀ ମହିଳାଙ୍କ ତିନିଥର ସୋନୋଗ୍ରାଫି କଲେ, ସେ ଦେଖିଲେ ଯେ ତାଙ୍କ ଗର୍ଭରେ ଥିବା ଶିଶୁର ପେଟରେ ଏକ ଭ୍ରୁଣ ରହିଛି। ଏହାକୁ ବାହାର ନକରାଗଲେ ପିଲାର ଶାରୀରିକ ବୃଦ୍ଧିରେ ସମସ୍ୟା ହେବ ବୋଲି କହିଛନ୍ତି ଡାକ୍ତର।

tmkooo

ନୂଆଦିଲ୍ଲୀ: ଗର୍ଭବତୀ ହେଲା ଗର୍ଭସ୍ଥ ଶିଶୁ। ସୋନୋଗ୍ରାଫି ପାଇଁ ପହଞ୍ଚିଥିବା ମହିଳା ହେଲେ ଆଶ୍ଚର୍ଯ୍ୟ। ମହାରାଷ୍ଟ୍ରର ବୁଲଢାନା ସରକାରୀ ଡାକ୍ତରଖାନାରେ ଏହି ଘଟଣା ଘଟିଛି। ଜଣେ ଗର୍ଭବତୀ ମହିଳାଙ୍କ ସୋନୋଗ୍ରାଫି ଏବେ ଚର୍ଚ୍ଚାରେ ରହିଛି। ୯ମାସ ହୋଇଯାଇଥିବାରୁ ସୋନୋଗ୍ରାଫି କରିବାକୁ ଯାଇଥିଲେ ମହିଳା। ଏହି ସମୟରେ ଡାକ୍ତର ଗର୍ଭସ୍ଥ ଶିଶୁର ପେଟରେ କିଛି ଥିବାର ଦେଖିଥିଲେ। ପରେ ଶିଶୁର ପେଟରେ ଏକ ଭ୍ରୁଣ ଥିବା ସାମ୍ନାକୁ ଆସିଥିଲା। 

ମିଳିଥିବା ସୂଚନା ମୁତାବକ, ଦୁଇ ଦିନ ପୂର୍ବରୁ ଜିଲ୍ଲାର ମୋତାଲା ତହସିଲର ଏକ ଗାଁରେ ରହୁଥିବା ଜଣେ ନଅ ମାସର ଗର୍ଭବତୀ ମହିଳା (୩୨ ବର୍ଷ) ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ପ୍ରସାଦ ଅଗ୍ରୱାଲ ଗର୍ଭବତୀ ମହିଳାଙ୍କ ସୋନୋଗ୍ରାଫି କରିଥିଲେ। ସୋନୋଗ୍ରାଫି କରିବା ସମୟରେ, ସେମାନେ ମହିଳାଙ୍କ ପେଟରେ ଥିବା ଶିଶୁଟି ସୁସ୍ଥ ଥିବା ଦେଖିଥିଲେ। ହେଲେ ପରେ ଗର୍ଭରେ ଥିବା ଶିଶୁର ପେଟରେ କିଛି ଥିବା ଦେଖାଯାଇଥିଲା। ଜାଣିବା ପାଇଁ ୩-୪ଥର ସୋନୋଗ୍ରାଫି କରାଯିବାରୁ ଗର୍ଭସ୍ଥ ଶିଶୁର ଗର୍ଭରେ ଭ୍ରୁଣ ଥିବା ଜଣାପଡ଼ିଥିଲା। 

ଏହା ଜଣାପଡ଼ିବା ପରେ ଏବେ ମହିଳାଙ୍କ ଭଲ ଚିକିତ୍ସା ପାଇଁ ତାଙ୍କୁ ସମ୍ଭାଜୀନଗରରେ ଥିବା ଡାକ୍ତରଖାନାକୁ ପଠାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ମହିଳାଙ୍କର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରସବ ପରେ ଜନ୍ମ ହୋଇଥିବା ଶିଶୁର ଶୀଘ୍ର ଚିକିତ୍ସା କରା ନ ଗଲେ, ତା’ର ବୃଦ୍ଧି ବାଧାପ୍ରାପ୍ତ ହୋଇପାରେ।

ଉଲ୍ଲେଖଯୋଗ୍ୟ, ଏହାକୁ ଡାକ୍ତରୀ ଭାଷାରେ ଭ୍ରୁଣରେ ଭ୍ରୁଣ ବୋଲି କୁହାଯାଏ। ବିଶ୍ୱରେ ପ୍ରାୟ ୨୦୦ଟି ଏପରି ଘଟଣା ଘଟିଛି, ଯେଉଁଥିରୁ ଏପର୍ଯ୍ୟନ୍ତ ଭାରତରେ ୧୫ରୁ ୨୦ଟି ଏପରି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe