ଅସୁସ୍ଥ ଶିଶୁକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ଘଟଣାସ୍ଥଳରେ ଘଟିଲା ଚମତ୍କାର ଘଟଣା

Advertisment
ଅସୁସ୍ଥ ଶିଶୁକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ଘଟଣାସ୍ଥଳରେ ଘଟିଲା ଚମତ୍କାର ଘଟଣା

ନୂଆଦିଲ୍ଲୀ: କେହି ଜଣେ ଠିକ୍ କହିଛନ୍ତି ଯେ ଭାଗ୍ୟଠାରୁ ବଡ଼ କିଛି ହୋଇ ନଥାଏ। ନିକଟରେ ଆମେରିକାରେ ଏପରି ଏକ ଘଟଣା ଘଟିଛି। ଯାହାକୁ ସମସ୍ତେ ଏକ ଚମତ୍କାର ବୋଲି କହୁଛନ୍ତି। ଏଠାରେ ଜଣେ ଶିଶୁଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଥିଲା। କିନ୍ତୁ ହଠାତ୍ ହେଲିକପ୍ଟରଟି ଫିଲାଡେଲଫିଆ ସହର ନିକଟରେ ଖସି ପଡିଥିଲା। ଏହି ହେଲିକପ୍ଟରରେ ଚାରି ଜଣ ଲୋକ ଥିଲେ, କିନ୍ତୁ ସୌଭାଗ୍ୟବଶତଃ ହେଲିକପ୍ଟର ଦୁର୍ଘଟଣା ପରେ ଏଥିରେ ଥିବା ସମସ୍ତେ ଜୀବିତ ରହିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଚପରଟି ଡ୍ରେକ୍ସଲ ହିଲ ୟୁନାଇଟେଡ ମେଥୋଡିଷ୍ଟ ଚର୍ଚ୍ଚ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଯେତେବେଳେ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା, ପାଇଲଟ୍, କ୍ରୁ ସଦସ୍ୟ, ନର୍ସ ଏହି ଚପରରୁ ସମ୍ପୂର୍ଣ୍ଣ ସୁରକ୍ଷିତ ବାହାରକୁ ଆସିବା ସହିତ ଅସୁସ୍ଥ ଶିଶୁଙ୍କୁ ମଧ୍ୟ ବାହାରକୁ ଆଣିଥିଲେ। ପୁଲିସ ସୁପରିଟେଣ୍ଡେଣ୍ଟ ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି, ଏହା ପ୍ରକୃତରେ ଏକ ଚମତ୍କାର ଠାରୁ କମ ନୁହେଁ। ଏଥି ସହିତ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ହେଲିକପ୍ଟରରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି। ସେଥିପାଇଁ ପାଇଲଟଙ୍କୁ ଧନ୍ୟବାଦ।

ଏକ ଘଟଣାର ସାକ୍ଷୀ ଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ହେଲିକପ୍ଟରଟି ବହୁତ କମ୍ ଉଚ୍ଚରେ ଉଡ଼ୁଥିବା ବେଳେ ସେଥିରୁ ଧୂଆଁ ବାହାରୁଥିଲା।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ହେଲିକପ୍ଟରଟି ବାସ୍ତବରେ କେଉଁ କାରଣ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହାର ସଠିକ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe