ବଢିଚାଲିଛି ହରିୟାଣା ବିଜେପିର ସମସ୍ୟା, ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ବଚନ ସିଂ

ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ବଚନ ସିଂ ଆର୍ଯ୍ୟ ବିଜେପି ଛାଡିଛନ୍ତି । ବଚନ ସିଂ ଆର୍ଯ୍ୟ ଜିନ୍ଦସ୍ଥିତ ସଫିଦୋନରୁ ଟିକେଟ୍ ମାଗୁଥିଲେ। ବିଜେପି ଏଠାରୁ ଜେଜେପିର ବିଦ୍ରୋହୀ ବିଧାୟକ ରାମକୁମାର ଗୌତମଙ୍କୁ ପ୍ରାର୍ଥୀ କରିଛି। 

bachan singh

ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା ପରଠାରୁ ଟିକେଟ୍ ପାଇନଥିବା ଅସନ୍ତୁଷ୍ଟ ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ସଦ୍ୟତମ ଘଟଣା ଘଟିଛି ଜିନ୍ଦ ଜିଲ୍ଲାରୁ। ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ବଚନ ସିଂ ଆର୍ଯ୍ୟ ବିଜେପି ଛାଡିଛନ୍ତି । ବଚନ ସିଂ ଆର୍ଯ୍ୟ ଜିନ୍ଦସ୍ଥିତ ସଫିଦୋନରୁ ଟିକେଟ୍ ମାଗୁଥିଲେ। ବିଜେପି ଏଠାରୁ ଜେଜେପିର ବିଦ୍ରୋହୀ ବିଧାୟକ ରାମକୁମାର ଗୌତମଙ୍କୁ ପ୍ରାର୍ଥୀ କରିଛି। 

ମିଳିଥିବା ସୂଚନା ଅନୁଯାୟୀ, ଜେଜେପିର ବିଦ୍ରୋହୀ ବିଧାୟକ ରାମକୁମାର ଗୌତମଙ୍କୁ ସଫିଡୋନରୁ ଟିକେଟ ମିଳିବାରୁ କ୍ଷୁବ୍ଧ ବଚନ ସିଂହ ଆର୍ଯ୍ୟ ୪ ଧାଡ଼ିରେ ଇସ୍ତଫା ପତ୍ର ଲେଖି ଦଳର ପ୍ରାଥମିକ ସଦସ୍ୟତା ଛାଡିବାକୁ ଘୋଷଣା କରିଛନ୍ତି।

 ଜେଜେପିର ବିଦ୍ରୋହୀ ବିଧାୟକ ରାମକୁମାର ଗୌତମଙ୍କୁ ସଫିଦୋନରୁ ଟିକେଟ ମିଳିବାରୁ କ୍ଷୁବ୍ଧ ବଚନ ସିଂହ ଆର୍ଯ୍ୟ ୪ ଧାଡ଼ିରେ ଇସ୍ତଫା ପତ୍ର ଲେଖି ଦଳର ପ୍ରାଥମିକ ସଦସ୍ୟତା ଛାଡିବାକୁ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ସିରସା ଜିଲ୍ଲାର ରାନିଆରୁ ବିଧାୟକ ଥିବା ରଣଜିତ ସିଂହ ଚୌଟାଲା ମଧ୍ୟ ସାଇନି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ରଣଜିତ ସିଂହ ଚୌଟାଲା ଉଭୟ ମନୋହର ଲାଲ ଖଟ୍ଟର ଏବଂ ନାଇବ ସିଂ ସାଇନିଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ବିଜେପି ତାଙ୍କୁ ଲୋକସଭା ନିର୍ବାଚନରେ ହିସାରରୁ ଟିକେଟ ଦେଇଥିଲା କିନ୍ତୁ ସେ ହାରିଯାଇଥିଲେ। ସେ ରାନିଆରୁ ଟିକେଟ ମାଗୁଥିଲେ କିନ୍ତୁ ବିଜେପି ତାଙ୍କୁ ଟିକେଟ ନଦେବାରୁ ସେ ଦଳରୁ ଇସ୍ତଫା ଦେଇ ସ୍ୱାଧୀନ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe