ଇସ୍ରାଏଲ-ହମାସ ସଂଘର୍ଷର ପୃଷ୍ଠଭୂମି: ୧୯୪୮ରେ ଦେଶ ଘୋଷଣା ହୋଇଥିଲା ଇସ୍ରାଏଲ

Advertisment

ଗାଜା ଷ୍ଟ୍ରିପ୍‌ କ’ଣ ଓ ବିବାଦ କାହିଁକି?

ଗାଜା ଷ୍ଟ୍ରିପ୍‌ କ’ଣ ଓ ବିବାଦ କାହିଁକି?

ଇସ୍ରାଏଲ-ହମାସ ସଂଘର୍ଷର ପୃଷ୍ଠଭୂମି: ୧୯୪୮ରେ ଦେଶ ଘୋଷଣା ହୋଇଥିଲା ଇସ୍ରାଏଲ

ହମାସ କ’ଣ?
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ଏହା ଗାଜା ଷ୍ଟ୍ରିପ୍‌କୁ ଶାସନ କରୁଛି। ଇସ୍ରାଏଲର ବିଧ୍ବଂସ ପାଇଁ ହମାସ ଶପଥ ନେଇଛି। ୨୦୦୭ରେ ଗାଜାରେ କ୍ଷମତା ଅକ୍ତିଆର କରିବା ପରେ ଏହି ସଂସ୍ଥା ଇସ୍ରାଏଲ ସହିତ ଏକାଧିକ ଥର ଯୁଦ୍ଧ କରିଛି। ଇସ୍ରାଏଲ ମଧ୍ୟ ଇଜିପ୍ଟ ସହିତ ମିଶି ୨୦୦୭ରୁ ନିଜ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ସୀମାଗୁଡ଼ିକୁ ଆବଦ୍ଧ କରି ରଖିଛି।

କେବେ ପ୍ରତିଷ୍ଠା ହୋଇଥିଲା ଓ ଏହାର ଲକ୍ଷ୍ୟ କଣ?
ଇଜିପ୍ଟୀୟ ମୁସଲିମ ଭ୍ରାତୃତ୍ବଭାବର ଏକ ଶାଖା ଭାବେ ହମାସ ସଂଗଠନ ୧୯୮୭ ମସିହାରେ ଅହମଦ ୟାସିନ ଓ ଅବଦିଲ ଆଜିଜ ଅଲ-ରାଣ୍ଟିସିଙ୍କ ଦ୍ବାରା ସ୍ଥାପନ ହୋଇଥିଲା। ହମାସର ଅର୍ଥ ହେଲା ଇସଲାମୀୟ ପ୍ରତିରୋଧ ଆନ୍ଦୋଳନ। ହମାସ୍‌ର ଅର୍ଥ ଅତ୍ୟଧିକ ଉତ୍ସାହ। ୧୯୮୮ରେ ହସାମ ସଂଗଠନ ନିଷ୍ପତ୍ତି ନେଇଥିଲା ଯେ ପାଲେଷ୍ଟାଇନକୁ ମୁକ୍ତ କରି ଏକ ଇସଲାମୀୟ ରାଷ୍ଟ୍ର ଗଠନ କରିବା ଯାହା ଇସ୍ରାଏଲ, ୱେଷ୍ଟ ବ୍ୟାଙ୍କ ଏବଂ ଗାଜା ଷ୍ଟ୍ରିପକୁ ବ୍ୟାପିବ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସଂଗଠନ କହିଥିଲା ଯେ ଯଦି ଇସ୍ରାଏଲ ୧୯୬୭ ମସିହାର ପୂର୍ବ ସୀମାକୁ ମାନିନିଏ, ମରାମତି ବାବଦରେ ଅର୍ଥ ଦିଏ ଏବଂ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ଫେରିବା ଲାଗି ଅନୁମତି ଦିଏ ତାହେଲେ ସଂଗଠନ ଶାନ୍ତି ପ୍ରସ୍ତାବକୁ ମାନିନେବ। ଏଥିସହିତ ମୁସଲିମ ବ୍ରଦରହୁଡ୍‌ଠାରୁ ଏହା ସଂପର୍କ ଛିନ୍ନ କରିବ। କିନ୍ତୁ ଇସ୍ରାଏଲ ହମାସର ଏହି ଦାବିକୁ ଗ୍ରହଣ କରୁନାହିଁ। ବରଂ ହମାସ ବିଶ୍ବକୁ ବୋକା ବନାଇବାକୁ ଚେଷ୍ଟା କରୁଛି ବୋଲି ‌ଇସ୍ରାଏଲ ଯୁକ୍ତି ବାଢ଼ିଛି।

publive-image

ହମାସର କମାଣ୍ଡର କିଏ?
ହମାସର ସୁପ୍ରିମ କମାଣ୍ଡର ହେଉଛି ମହମ୍ମଦ ଦିଫ୍‌। ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ତାଲିକାରେ ସେ ରହିଛି। ଇସ୍ରାଏଲୀ ସେନା ତାକୁ ହତ୍ୟା କରିବା ଲାଗି ୭ ଥର ଯୋଜନା କରିଥିଲେ ମଧ୍ୟ ସେ ବର୍ତ୍ତି ଯାଇଛି।

ହମାସକୁ କିଏ ସମର୍ଥନ କରୁଛି ଏବଂ କିଏ ବିରୋଧ କରୁଛି?
ହମାସକୁ ଇରାନ ସମର୍ଥନ କରୁଛି। ଇରାନ, ସିରିଆ ଏବଂ ଲେବାନନରେ ଥିବା ଇସଲାମୀୟ ଗୋଷ୍ଠୀ ହିଜବୁଲ୍ଲାକୁ ନେଇ ଗଠିତ ଗୋଷ୍ଠୀ ଏହା ପଛରେ ରହିଛି। ଉକ୍ତ ଗୋଷ୍ଠୀ ସମସ୍ତ ସଦସ୍ୟ ଉକ୍ତ ଅଞ୍ଚଳରେ ଆମେରିକାର ନୀତିକୁ ବିରୋଧ କରୁଛନ୍ତି। ସମଗ୍ର ପାଲେଷ୍ଟାଇନ ଅଞ୍ଚଳ ଏବଂ ମଧ୍ୟ ପ୍ରାଚ୍ୟର ଅନ୍ୟ ଦେଶରେ ହମାସର ସମର୍ଥକ ରହିଛନ୍ତି।

ଗାଜା ଷ୍ଟ୍ରିପ୍‌ କ’ଣ ଓ ବିବାଦ କାହିଁକି?
ଇସ୍ରାଏଲ, ଇଜିପ୍ଟ ଓ ଭୂମଧ୍ୟ ସାଗର ମଧ୍ୟରେ ଥିବା ଦୀର୍ଘ ୪୧ କିମି ଲମ୍ବ ଏବଂ ୧୦ କିମି ଚଉଡ଼ା ବିଶିଷ୍ଟ ଏକ ଭୌଗୋଳିକ ଅଞ୍ଚଳ ଗାଜା ଷ୍ଟ୍ରିପ୍ ନାମରେ ପରିଚିତ। ଏଠାରେ ପ୍ରାୟ ୨୩ ଲକ୍ଷ ଲୋକ ବାସ କରନ୍ତି। ଜନସଂଖ୍ୟାରେ ଅଧିକ ସାନ୍ଦ୍ରତା ଥିବା ବିଶ୍ବର ପ୍ରମୁଖ ଅଞ୍ଚଳ ଗୁଡ଼ିକ ମଧ୍ୟରେ ଏହା ଅନ୍ୟତମ। ଗାଜାର ଆକାଶମାର୍ଗ ଏବଂ ଉପକୂଳ ମାର୍ଗକୁ ଇସ୍ରାଏଲ ଓ ଇଜିପ୍ଟ ନିୟନ୍ତ୍ରଣ କରୁଥିବା ବେଳେ ଗାଜାର ଭୂଭାଗ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ରହିଛି। ଗାଜାରେ ବାସ କରୁଥିବା ପ୍ରାୟ ୮୦ ପ୍ରତିଶତ ଲୋକ ଅନ୍ତର୍ଜାତୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ପ୍ରାୟ ୧୦ ଲକ୍ଷ ଲୋକ ଦୈନିକ ଖାଦ୍ୟ ସହାୟତା ଉପରେ ନିର୍ଭରଶୀଳ। ଗାଜାରେ ହମାସ ପୂର୍ଣ୍ଣ ନିୟନ୍ତ୍ରଣ ଦାବି କରୁଥିବା ବେଳେ ଇସ୍ରାଏଲ ସବୁ ଶକ୍ତି ଖଟାଇ ଏହାର ପ୍ରତିରୋଧ କରୁଛି।

publive-image

ପାଲେଷ୍ଟାଇନର ଭୂମିକା କ’ଣ?
ୱେଷ୍ଟ ବ୍ୟାଙ୍କ ଏବଂ ଗାଜା ପାଲେଷ୍ଟାଇନର ଅଞ୍ଚଳ ଭାବେ ପରିଚିତ। ଏଥିସହିତ ଇଷ୍ଟ ଜେରୁଜେଲମ ଏବଂ ଇସ୍ରାଏଲ ମଧ୍ୟ ରୋମାନ ସମୟରୁ ପାଲେଷ୍ଟାଇନର ଅଂଶ ଥିଲା। ଅନ୍ୟପକ୍ଷରେ ଏସବୁ ଅଞ୍ଚଳ ଇହୁଦି ରାଜ୍ୟ ଭାବେ ବା‌ଇବେଲରେ କୁହାଯାଇଛି। ତେଣୁ ଇହୁଦିମାନେ ଏହି ଅଞ୍ଚଳକୁ ସେମାନଙ୍କ ପୁରୁଣା ଘର ବୋଲି ବିବେଚନା କରନ୍ତି।

୧୯୪୮ରେ ଦେଶ ଘୋଷଣା ହୋଇଥିଲା ଇସ୍ରାଏଲ
୧୯୪୮ ମସିହାରେ ଇସ୍ରାଏଲକୁ ଏକ ଦେଶ ଭାବେ ଘୋଷଣା କରାଯାଇଥିଲା। ତେବେ ଇସ୍ରାଏଲ ରାଷ୍ଟ୍ରକୁ ସ୍ବୀକାର କରୁ ନଥିବା ଦେଶଗୁଡ଼ିକ ଏବେ ବି ଏହି ଅଞ୍ଚଳକୁ ପାଲେଷ୍ଟାଇନ ବୋଲି କହୁଛନ୍ତି। ୱେଷ୍ଟ ବ୍ୟାଙ୍କ, ଗାଜା ଏବଂ ଇଷ୍ଟ ଜେରୁଜେଲମକୁ ମଧ୍ୟ ପାଲେସ୍ତିନୀୟମାନେ ପାଲେଷ୍ଟାଇନ ବୋଲି କହନ୍ତି।

ଇସ୍ରାଏଲର ଗୁଇନ୍ଦା ସଂସ୍ଥା ‘ମୋସାଦ’
ଇସ୍ରାଏଲର ଇନଷ୍ଟିଚ୍ୟୁଟ ଫର ଇଣ୍ଟେଲିଜେନ୍ସ ଆଣ୍ଡ ସ୍ପେସାଲ ଅପରେ‌ସନ୍ସ ନାମରେ ଏକ ଗୁଇନ୍ଦା ସଂସ୍ଥା ରହିଛି। ଏହା ମୋସାଦ ନାମରେ ପରିଚିତ। ଗୁଇନ୍ଦା ତଥ୍ୟ ସଂଗ୍ରହ ସହିତ ଅପରେସନ ଆରମ୍ଭ ଏବଂ ଆତଙ୍କବାଦୀ ନିରୋଧୀ କାର୍ଯ୍ୟକ୍ରମ ଏହି ସଂଗଠନ ଜରିଆରେ ପରିଚାଳିତ ‌ହୋଇଥାଏ। ବିଶ୍ବର ଏହା ଏକ ବଡ଼ ଗୁଇନ୍ଦା ସଂସ୍ଥା। ପ୍ରାୟ ୭୦୦୦ କର୍ମଚାରୀ ଏଥିରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି। ୧୯୪୯ ମସିହାରେ ଏହି ସଂସ୍ଥା ସ୍ଥାପନ ହୋଇଥିଲା। ଏହାର ନିର୍ଦ୍ଦେଶକ ସଂପ୍ରତି ଡେଭିଡ ବର୍ନିଆ ଅଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସେ ସିଧାସଳଖ ରିପୋର୍ଟ କରିଥାନ୍ତି। ଏତେ ବଡ଼ ଗୁଇନ୍ଦା ସଂସ୍ଥା ଥାଇ ହମାସ ଇସ୍ରାଏଲ ଉପରେ କିଭଳି ଅପ୍ରତ୍ୟାଶିତ ଭାବେ ଆକ୍ରମଣ କଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe