ଅଧରାତିରେ ହଠାତ୍ ବଦଳିଗଲା ପାଣିପାଗ: ମାଡ଼ି ଆସିଲା ବର୍ଷା, ଜୋରରେ ବହିଲା ପବନ... ଅସ୍ତବ୍ୟସ୍ତ ଜନଜୀବନ

utt

Photograph: (Sambad.in)

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ । ହଠାତ୍ ଅଧରାତିରେ ପାଣିପାଗ ବଦଳିଯିବାରୁ ପରିସ୍ଥିତି ଭୟାବହ ହୋଇଛି । ରବିବାର ରାତିରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପବନ ଦେଖିବାକୁ ମିଳିଛି । ମୁଶଳଧାରାରେ ବର୍ଷା ହେବା କାରଣରୁ ରାସ୍ତା ଘାଟରେ ପାଣି ଜମିଛି । ଯାହା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ବର୍ଷା ପବନ ସହ ପ୍ରବଳ କୁଆପଥର ମାଡ ହୋଇଛି । ପବନର ମାତ୍ରା ଏତେ ଅଧିକ ଥିଲା ଯେ ବିଭିନ୍ନ ସ୍ଥାନରେ ବିରାଟ ଗଛ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି । ତେବେ ପବନର ବେଗ ପ୍ରାୟ ଘଣ୍ଟା ପ୍ରତି ୭୦ କିଲୋମିଟର ଥିବା ଆକଳନ କରାଯାଇଛି । ପ୍ରବଳ ବର୍ଷା ଫଳରେ ଋଷିକେଶ-ହରିଦ୍ବାର ହାଇୱେର ଶିବପୁରୀ ନିକଟରେ ପାହାଡ ଧସିବା ଫଳରେ ରାସ୍ତାରେ ବଡ ବଡ ଗାଡି ଅଟକି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe