ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଫୋନ କରି ପୀଡ଼ିତାଙ୍କୁ ଡ଼କାଇଥିଲା ଅଭିଯୁକ୍ତ ପୂଜାରୀ

Advertisment
ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଫୋନ କରି ପୀଡ଼ିତାଙ୍କୁ ଡ଼କାଇଥିଲା ଅଭିଯୁକ୍ତ ପୂଜାରୀ

ବଦାୟୁଁ: ଉତ୍ତରପ୍ରଦେଶରେ ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାଁ ସତ୍ୟନାରାୟଣ ହୋଇଥିବା ବେଳେ ଗତକାଲି ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଆଜି ସତ୍ୟନାରାୟଣକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ଏକ ବଡ଼ ଗୁମର ଖୋଲିଛି ଅଭିଯୁକ୍ତ ପୂଜାରୀ। ଘଟଣା ଦିନ ଅଭିଯୁକ୍ତ ପୀଡ଼ିତାଙ୍କୁ ଫୋନ କରି ମନ୍ଦିର ଆସିବାକୁ କହିଥିବା ସ୍ବୀକାର କରିଛି।

ପୀଡ଼ିତାଙ୍କ ପରିବାର ସହ ଅଭିଯୁକ୍ତର ଭଲ ସଂପର୍କ ଥିବା ବେଳେ ଗାଁ ମନ୍ଦିରରେ ସେ ଦୀର୍ଘ ୭ବର୍ଷ ହେଲା ରହି ଆସୁଥିଲା। ହେଲେ ପୂଜାରୀ ମନ ଭିତରର ପାପ ବିଷୟରେ କେହି ଜାଣି ପାରି ନଥିଲେ। ପୂଜାରୀ ଫୋନ କରିଥିବାରୁ ପୀଡ଼ିତା କିଛି ନଭାବି ମନ୍ଦିର ଚାଲି ଯାଇଥିଲେ, ହେଲେ ତାହା ତାଙ୍କର ଶେଷ ଦିନ ହେବ ବୋଲି ତାଙ୍କୁ ଜଣା ନଥିଲା।

आरोपी महंत सत्यनारायण aajtak

ସୂଚନାନୁସାରେ, ଅଭିଯୁକ୍ତ ପୁରୋହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଔଷଧ ଦେଉଥିଲେ। ଲୋକମାନେ ପେଟ ଯନ୍ତ୍ରଣା, ପିଠି ଯନ୍ତ୍ରଣା ପାଇଁ ଔଷଧ  ନେବାକୁ ମନ୍ଦିରକୁ ଆସୁଥିଲେ। ଏ ପର୍ଯ୍ୟନ୍ତ ପୁଲିସକୁ ଅଭିଯୁକ୍ତ ବିରୋଧରେ କୌଣସି ଅପରାଧିକ ରେକର୍ଡ ମିଳିନାହିଁ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଭିଯୁକ୍ତକୁ ଗିରଫ କରିବା ସହ ତା’ର ଦୁଇ ଭାଇଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

ଉଲ୍ଲେଖଯୋଗ୍ୟ, ରବିବାର ଦିନ ସନ୍ଧ୍ୟା ୬ଟା ସମୟରେ ପୀଡ଼ିତା ମନ୍ଦିର ଯିବାକୁ ଘରୁ ବାହାରିଥିଲେ। ୨-୩ଘଣ୍ଟା ପରେ ପୀଡ଼ିତା ଘରକୁ ନ ଫେରିବାରୁ ପରିବାର ଲୋକେ  ତାଙ୍କୁ ଖୋଜାଖୋଜି ପରେ ନ ପାଇ ପୁଲିସ ଷ୍ଟେସନ ଯାଇଥିଲେ।  ମାତ୍ର ସେମାନଙ୍କ ଅଭିଯୋଗ ଗ୍ରହଣ କରା ନ ଯାଇ ଫେରାଇ ଦିଆଯାଇଥିଲା। ଏ ମଧ୍ୟରେ ମନ୍ଦିରର ପୂଜାରୀ ନିଜ ଦୁଇ ସାଥୀଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ପରେ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇ ପହଞ୍ଚିଥିଲେ। କିନ୍ତୁ ସେଠାରେ ଡାକ୍ତର ପୀଡ଼ିତାଙ୍କୁ ମୃତ ଘୋଷଣା କରିବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଆଣି ରାତି ୧୧ଟାରେ ତାଙ୍କ ଘର ବାହାରେ ଫିଙ୍ଗି ଚାଲିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe