ବଦଲାପୁର ଶିଶୁ ଯୌନ ନିର୍ଯାତନା: ମହାରାଷ୍ଟ୍ର ବନ୍ଦ ୨୪ରେ, ୩୦୦ ଏତଲା ରୁଜୁ, ୭୨ ଗିରଫ

Advertisment

ଅଭିଯୁକ୍ତର ମାମଲା ଲଢ଼ିବାକୁ ମନାକଲେ ଆଇନଜୀବୀ

ଅଭିଯୁକ୍ତର ମାମଲା ଲଢ଼ିବାକୁ ମନାକଲେ ଆଇନଜୀବୀ

ବଦଲାପୁର ଶିଶୁ ଯୌନ ନିର୍ଯାତନା: ମହାରାଷ୍ଟ୍ର ବନ୍ଦ ୨୪ରେ, ୩୦୦ ଏତଲା ରୁଜୁ, ୭୨ ଗିରଫ

ଥାଣେ: ଥାଣେ ଜିଲ୍ଲାର ବଦଲାପୁର ସ୍କୁଲରେ ୨ ଜଣ କିଣ୍ଡରଗାର୍ଟେନ୍‌ ଶିଶୁଙ୍କୁ ଯୌନ ନିର୍ଯାତନା ଭଳି ଯେଉଁ ଘୃଣ୍ୟ ଅପରାଧ ଘଟିଛି ତା ବିରୋଧରେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ଏମ୍‌ଭିଏ (ମହା ବିକାଶ ଅଘାଡ଼ି) ଆସନ୍ତା ଅଗଷ୍ଟ ୨୪ ତାରିଖରେ ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛି। ବଦଲାପୁରରେ ଆଜି ବି ତୀବ୍ର ଉତ୍ତେଜନା ସ୍ଥିତି ଲାଗି ରହିଥିବା ବେଳେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଗତକାଲି ଆନ୍ଦୋଳନ ସମୟରେ ଘଟିଥିବା ବ୍ୟାପକ ହିଂସା ଓ ପୁଲିସ ଉପରେ ଆକ୍ରମଣ ନେଇ ୩୦୦ ଏତଲା ରୁଜୁ ହୋଇଛି ଏବଂ ୭୨ ଜଣ ଗିରଫ ହୋଇଛନ୍ତ । ଅଭିଯୁକ୍ତ ଅକ୍ଷୟ ସିନ୍ଦେ ୨ ଶିଶୁଙ୍କୁ ସ୍କୁଲ୍‌ ଶୌଚ୍ଚାଳୟରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ଆଜି ସ୍ଥାନୀୟ କୋର୍ଟ ଅକ୍ଷୟ ସିନ୍ଦେର ପୁଲିସ ହାଜତ ମିଆଦ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଅନ୍ୟପକ୍ଷେ ଅଭିଯୁକ୍ତର ମାମଲା ଲଢ଼ିବାପାଇଁ କୌଣସି ଆଇନଜୀବୀ ରାଜି ହୋଇନାହାନ୍ତି। ବଦଲାପୁରରେ ଅତିରିକ୍ତ ପୁଲିସ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିର ମୁକାବିଲା ପାଇଁ ୨ଟି ଟାସ୍କ ଫୋର୍ସ ଗଠନ ହୋଇଛି। ଗତକାଲି ବଦଲାପୁରରେ ହୋଇଥିବା ହିଂସା ଘଟଣାରେ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗତକାଲି କହିଥିଲେ ଯେ ଉକ୍ତ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଅପରାଧ ଘଟିଥିବା ସ୍କୁଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ବିରୋଧୀ ଦଳମାନେ ଶିଶୁ ଯୌନ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe