West Bengal SIR: ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ‘ମୃତ’ ଘୋଷିତ ୩୩ ଭୋଟର

Advertisment
New Project (10)

West Bengal Photograph: (sambad.in)

କୋଲକତା: ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ପଶ୍ଚିମବଙ୍ଗରେ ବିବାଦ ଥମିବାର ନାଁ ନେଉନାହିଁ । ଶନିବାର ଉତ୍ତର ୨୪ ପରଗଣା ଜିଲ୍ଲାର ବଦୁରିଆରେ ବିଡିଓଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ଫର୍ମ-୭ରେ ‘ମୃତ’ ଦର୍ଶାଯାଇଥିବା ୩୩ ଜଣ ଭୋଟର ସେମାନଙ୍କ ପ୍ରତିବାଦ ଜଣାଇଥିଲେ। ବଦୁରିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଭୋଟରମାନେ ବିଜେପି କର୍ମୀ ସେମାନଙ୍କୁ ଭୁଲ ଭାବେ ମୃତ ଦର୍ଶାଇଥିବା ଅଭିଯୋଗ କରିଛନ୍ତି। 

ବିଡିଓ ପାର୍ଥ ହାଜରା କହିଛନ୍ତି, ଅନେକ ଭୋଟର ସେମାନଙ୍କୁ ଫର୍ମ-୭ରେ ମୃତ ଦର୍ଶାଯାଇଥିବା ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗର ତଦନ୍ତ କରାଯାଉଛି। ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ମେହବୁର୍‌ ଆଲମ କହିଛନ୍ତି, ଏସ୍‌ଆଇଆର୍‌ରେ ବିଜେପି ଜୀବିତ ଲୋକଙ୍କୁ ମୃତ ଦର୍ଶାଇବାର ଷଡ଼ଯନ୍ତ୍ର ରଚିଛି। ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କ ନେତୃତ୍ବରେ ବଡ଼ଧରଣର ବିଜୟ ହାସଲ କରିବ ବୋଲି ସେ କହିଛନ୍ତି। ଜାନୁଆରିରେ ତୃଣମୂଳ କଂଗ୍ରେସ ମହାସଚିବ ଅଭିଷେକ ବାନାର୍ଜୀ ଦକ୍ଷିଣ ୨୪ ପରଗଣାରେ ଏକ କାର୍ଯ୍ୟକ୍ରମରେ ଚିଠା ଭୋଟର ତାଲିକାରେ ମୃତ ଘୋଷିତ ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ନିମନ୍ତ୍ରିତ କରି ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe