ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଜୟନ୍ତ

ସାଧାରଣ ନିର୍ବାଚନ ପାଇଁ ବିଜେପିର ସାଙ୍ଗଠନିକ ପ୍ରସ୍ତୁତି: ନିର୍ବାଚନ ଲଢ଼ିନପାରନ୍ତି ବୈଜୟନ୍ତ

India Today

ନୂଆଦିଲ୍ଲୀ : ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର ପୁନର୍ବିନ୍ୟାସ ନିମନ୍ତେ ଗଠିତ ଉଚ୍ଚସ୍ତରୀୟ ଏକ୍ସପର୍ଟ କମିଟିର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇବା ପରେ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି ବୈଜୟନ୍ତ ପଣ୍ଡା। କମିଟିର କାର୍ଯ୍ୟକୁ କିଭଳି ସଫଳ ଭାବେ କ୍ରିୟାନ୍ବୟନ କରାଯାଇପାରିବ ସେ ନେଇ ଶ୍ରୀ ପଣ୍ଡା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ର ନିର୍ମାଣ ଦିଗରେ ଯୁବ ପିଢ଼ିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଯେଉଁ ସ୍ବପ୍ନ ରହିଛି ତାହାକୁ ସାକାର କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ମାର୍ଗଦର୍ଶନ କରିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସେ ପ୍ରତିରକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe