ମେଡିକାଲ ଭ୍ୟାନ୍ ସେବାର ଉଦ୍‌ଘାଟନ କଲେ ବୈଜୟନ୍ତ

Advertisment
ମେଡିକାଲ ଭ୍ୟାନ୍ ସେବାର ଉଦ୍‌ଘାଟନ କଲେ ବୈଜୟନ୍ତ

Indian Express

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାରେ ପୀଡ଼ିତ ରୋଗୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନେଇ ସକ୍ରିୟ ରହିଥିବା ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପିର ପ୍ରଭାରୀ ବୈଜୟନ୍ତ ପଣ୍ଡା କରୋନା ରୋଗୀମାନଙ୍କ ପାଇଁ ନୂଆଦିଲ୍ଲୀର ଶାନ୍ତି ନିକେତନଠାରେ ମେଡିକାଲ ଭ୍ୟାନ୍ ସେବାର ଉଦ୍‌ଘାଟନ କରିଛନ୍ତି।

ଭ୍ୟାନ୍‌ ଦ୍ୱାରା କୋଭିଡ୍ ରୋଗୀମାନଙ୍କୁ ଖାଦ୍ୟ, ରାସନ, ମାସ୍କ, ଅକ୍ଟିମିଟର, ଔଷଧ, ଥର୍ମୋମିଟର, ସାନିଟାଇଜର, ଅକ୍ସିଜେନ୍‌ ସିଲିଣ୍ଡର୍‌ ଓ କନ୍‌ସେଣ୍ଟ୍ରେଟର୍ ଆଦି ଯୋଗାଇ ଦିଆଯିବ। ଏହି ସେବାକୁ ଆଜି ଶ୍ରୀ ପଣ୍ଡା ଉଦ୍‌ଘାଟନ କରିବା ସହ କୋଭିଡ୍ ସଂକ୍ରମିତଙ୍କ ପରିବାର ତଥା ଅସହାୟ ଗରିବଙ୍କୁ ରାସନ, ରନ୍ଧା ଖାଦ୍ୟ, ଔଷଧ କିଟ୍ ଓ ମାସ୍କ ବଣ୍ଟନ କରିଥିଲେ। ଏଇ ଅବସରରେ ଆର୍‌.କେ. ପୁରମ୍‌ର ପୂର୍ବତନ ବିଧାୟକ ଅନୀତ ଶର୍ମାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେଡିକାଲ ଭ୍ୟାନ୍ ସେବା ଦିଲ୍ଲୀବାସୀଙ୍କୁ ସାହାଯ୍ୟ କରିବା ଦିଗରେ ଏକ ଉତ୍ତମ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା କହିଥିଲେ। ଜନତାଙ୍କୁ ସେବା ଯୋଗାଇଦେବା ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ବୋଲି ବୈଜୟନ୍ତ ଆଶାବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe