ବଦଳିବ ଏନସିସିର ରୂପ: ବୈଜୟନ୍ତଙ୍କ ସହ ଧୋନୀ ଓ ଆନନ୍ଦ ମହିନ୍ଦ୍ରାଙ୍କୁ ଦାୟିତ୍ୱ

ବଦଳିବ ଏନସିସିର ରୂପ: ବୈଜୟନ୍ତଙ୍କ ସହ ଧୋନୀ ଓ ଆନନ୍ଦ ମହିନ୍ଦ୍ରାଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ବଦଳୁଥିବା ସମୟ ପ୍ରତିରକ୍ଷା ମନ୍ତ୍ରାଳୟ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସିକୁ ବ୍ୟାପକ ରୂପେ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ପରିବର୍ତ୍ତନ ଏବଂ ସଂସ୍କାର ଆଣିବାକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ଏନସିସିର ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ଏହି କମିଟି ଏନସିସିର କାର୍ଯ୍ୟକୁ ବିସ୍ତୃତ ଭାବରେ ସମୀକ୍ଷା କରିବ |

ଏହି ଆଧାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପରବର୍ତ୍ତୀ ରଣନୀତି ସ୍ଥିର କରିବ। ଏହି କମିଟିରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ସାଂସଦ ବିନୟ ସହସ୍ରାବୁଦ୍ଧେ ଏବଂ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଥାଉ କି ଯେ ନ୍ୟାସନାଲ କ୍ୟାଡେଟ୍ କର୍ପସ୍ ଆକ୍ଟ ମାଧ୍ୟମରେ ୧୬ ଜୁଲାଇ ୧୯୪୮ରେ ଦେଶରେ ଏନସିସି ଗଠନ କରାଯାଇଥିଲା। ଯୁବବର୍ଗଙ୍କୁ ସୁରକ୍ଷା ଏବଂ ନିରାପତ୍ତା ସହ ଅନୁଶାସନ ବିଷୟରେ ଅବଗତ କରାଇବା, ଏହାର ଉଦ୍ଦେଶ୍ୟ ରହିଛି |

ସ୍କୁଲ ଏବଂ କଲେଜ ସ୍ତରର ଛାତ୍ରମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଏନସିସି କ୍ୟାଡେଟମାନେ ଏ, ବି ଏବଂ ସି ସାର୍ଟିଫିକେଟ୍ ପାଆନ୍ତି | ୮ମରୁ ୧୦ମ ଶ୍ରେଣୀର ଛାତ୍ର/ଛାତ୍ରୀମାନଙ୍କୁ ଏ ସାର୍ଟିଫିକେଟ୍ ଦିଆଯାଏ | ବି ସାର୍ଟିଫିକେଟ୍ ଯୁକ୍ତ ଦୁଇ ଛାତ୍ର/ଛାତ୍ରୀମାନଙ୍କ ପାଇଁ ହୋଇଥିବାବେଳେ କଲେଜ ସ୍ତରରେ ସି ସାର୍ଟିଫିକେଟ୍ ପ୍ରଦାନ କରାଯାଇଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe