କାର୍ତ୍ତି ଚିଦାମ୍ବରମଙ୍କୁ ଜାମିନ ମଂଜୁର କଲେ ଦିଲ୍ଲୀ ହାଇକୋର୍ଟ 

କାର୍ତ୍ତି ଚିଦାମ୍ବରମଙ୍କୁ ଜାମିନ ମଂଜୁର କଲେ ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମଙ୍କ ଜାମିନ ମଂଜୁର କରିଛନ୍ତି । ସିବିଆଇ ପକ୍ଷରୁ ତାଙ୍କ ଜାମିନକୁ ବିରୋଧ କରାଯାଇଥିଲା । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଓ ପୂର୍ବରୁ ମଧ୍ୟ ପ୍ରମାଣ ନଷ୍ଟ କରିଥିବାରୁ ତାଙ୍କୁ ଜମିନ ଦିଆଯିବା ଉଚିତ ନୁହେଁ ବୋଲି ସିବିଆଇ ନିଜର ଯୁକ୍ତି ରଖିଥିଲା । ଅପରପକ୍ଷରେ  କାର୍ତ୍ତିଙ୍କ ଓକିଲ କହିଥିଲେ ଯେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ କୌଣସି କେସ ହେଉନାହିଁ, କାରଣ ସିବିଆଇ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀଙ୍କୁ ପଚରାଉଚୁରା କରିନାହିଁ ବା ଆରୋପିତ କରିନାହିଁ ।  ସୂଚନାଯୋଗ୍ୟ ଯେ ଆଇଏନଏକ୍ସ ମିଡିଆ ମାମଲାରେ ଗତ ଫେବ୍ରୁଆରୀମାସରେ ତାଙ୍କୁ ସିବିଆଇ ଗିରଫ କରିଥିଲା ।

୨୦୦୭ ମସିହାରେ ଆଇଏନ୍ଏକ୍ସ ମିଡିଆ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶରେ ଅନିୟମିତତା ମାମଲାରେ କାର୍ତ୍ତି ସଂପୃକ୍ତ ଥିବା ପ୍ରମାଣ ମିଳିଛି ବୋଲି ସିବିଆଇ କହିଛି । ସିବିଆଇର ତଥ୍ୟ ମୁତାବକ କାର୍ତ୍ତିଙ୍କ ପିତା ଅର୍ଥମନ୍ତ୍ରୀ ଥିବାବେଳେ ସେ ଅର୍ଥ ମନ୍ତ୍ରାଳୟରେ ନିଜ ପ୍ରଭାବ ବିସ୍ତାର କରି ଆଇଏନ୍ଏକ୍ସ ମିଡିଆକୁ ୩ଟି ମରିସସ୍ ନିବେଶକଙ୍କଠାରୁ ବିଦେଶୀ ପୁଂଜି ମଞ୍ଜୁର କରାଇବାରେ ସାହାଯ୍ୟ କରିଥିଲେ। କାର୍ତ୍ତି ଏହି ମାମଲାରେ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣ ମିଳିଥିବା ସିବିଆଇ ଦାବି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe