Image Courtesy of India Today
ପାଟନା: ବୁଧବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଉଭୟ ଉଭୟଙ୍କୁ ପ୍ରଶଂସା କରିବା ସହିତ ‘ବିଜେପି’କୁ ତୀବ୍ର ସମାଲୋଚନା କରଥିଲେ।
ବିରୋଧୀମାନଙ୍କୁ ଏକତ୍ର କରିବା ଲାଗି ଉଭୟ ନେତା ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀର ଗୋଟିଏ ମୁହୂର୍ତ୍ତ ସମ୍ପ୍ରତି ଭାଇରାଲ୍ ହେଉଛି। ୨୦୨୪ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ବୋଲି ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ‘କେସିଆର୍’ ଦେଉଥିବା ବେଳେ ସେଠାରୁ ଉଠିଯାଉଥିବା ନୀତୀଶ କୁମାରଙ୍କ ହାତ ଧରି ଅଟକାଇ କହିଥିଲେ, ‘ବସି ପଡ଼ନ୍ତୁ’। କିନ୍ତୁ, ନୀତୀଶ କହିଲେ ‘ଚାଲନ୍ତୁ’। ନୀତୀଶ ହସି ପକାଇଥିଲେ ବି ସାମ୍ବାଦିକ ସମ୍ମିଳନୀରୁ ଚାଲିଯିବାକୁ ମନସ୍ଥ କରିଥିଲେ।
ଶେଷକୁ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ବିହାରୀ ନେତାମାନେ ଠିଆ ହୋଇଥିବା ବେଳେ ‘କେସିଆର୍’ ବସି ରହି ସାମ୍ବାଦିକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉଥିଲେ।
Image Courtesy of News18୨୦୨୪ ପ୍ରଧାନମନ୍ତ୍ରୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନୀତୀଶ କୁମାରଙ୍କୁ ଠିଆ କରାଯିବ କି, ବୋଲି ସାମ୍ବାଦିକମାନେ ପଚାରିବାରୁ ‘କେସିଆର୍’ କହିଲେ, ବଡ଼ଭାଇ ନୀତୀଶ ହେଉଛନ୍ତି ଦେଶର ଅନ୍ୟତମ ସର୍ବୋତ୍ତମ ଏବଂ ବରିଷ୍ଠ ନେତା। ସେ ନିଷ୍ପତ୍ତି ଗ୍ରହଣ କରିବାକୁ ମୁଁ ବା କିଏ। ସବୁ ବିରୋଧୀ ନେତା ଏକତ୍ର ହେଲେ ତାହା ସ୍ଥିର କରାଯିବ।
କିନ୍ତୁ, ଉପରୋକ୍ତ ଭିଡିଓକୁ ସେୟାର୍ କରି ‘ବିଜେପି’ ଆଇ.ଟି. ସେଲ୍ ଇନ୍ଚାର୍ଜ ଅମିତ ମାଲଭୀୟ କହିଛନ୍ତି, ସାମ୍ବାଦିକ ସମ୍ମିଳନୀରେ ନୀତୀଶ କୁମାର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କୁ ଅପମାନ ଦେଇଛନ୍ତି। ମାଲଭୀୟ କହିଛନ୍ତି, କୁମାର ‘କେସିଆର୍’ଙ୍କୁ ସାମ୍ବାଦିକ ସମ୍ମିଳନୀ ଶେଷ କରାଇ ଦେଇ ନାହାନ୍ତି କି, ସମ୍ମିଳନୀ ଶେଷ କରିବା ପାଇଁ ଅନୁମତି ଦେବାକୁ ତାଙ୍କ ଅନୁରୋଧ ବି ରକ୍ଷା କରିନାହାନ୍ତି।
Follow Us