ବାଜପେୟୀଙ୍କୁ ୯୩ ପୂରିଲା: ଜନ୍ମଦିନରେ ୟୁପିରେ ମୁକ୍ତ ହେଲେ ୯୩ ବନ୍ଦୀ

“ଆଜି ଆମ ଉପରେ ହସୁଛ.. ଦିନ ଆସିବ ଲୋକେ ତୁମ ଉପରେ ହସିବେ” ଅଟଳଜୀଙ୍କ ଏହି ଭବିଷ୍ୟବାଣୀ ଆଜି ସତ ପ୍ରମାଣିତ ହୋଇଛି

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ୯୩ ବର୍ଷ ପୂରିଛି। ଦେଶବ୍ୟାପୀ ତାଙ୍କ ଜନ୍ମଦିନ ପାଳିତ ହୋଇଯାଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ଲାଗି ଉତ୍ତରପ୍ରଦେଶ ସରକାର ୯୩ ଜଣ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି।
ସୂଚନା ଥାଉ କି, ୧୯୨୪ ଡିସେମ୍ବର ୨୫ରେ ଗ୍ଵାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଜନ୍ମଦିନକୁ ୨୦୧୪ ମସିହାରୁ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ବା ସୁପ୍ରଶାସନ ଦିବସ ଭାବେ ପାଳନ କରାଯାଉଛି। ଅଦ୍ୟାବଧି ସେ ଏକମାତ୍ର ଅଣକଂଗ୍ରେସ ନେତା ଭାବେ ପୂରା ୫ ବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି।

ତାଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର କୃଷ୍ଣା ମେନନ୍‌ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ନେତା ବିଜୟ ଗୋୟଲଙ୍କ ସମେତ ବହୁସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଅଭିନନ୍ଦନ ଜଣାଇଥିଲେ। ବାଜପେୟୀଙ୍କ ‘ଦୂରଦର୍ଶୀ ନେତୃତ୍ୱ’ ଭାରତକୁ ଅଧିକ ବିକଶିତ କରିଛି ଏବଂ ବିଶ୍ୱସ୍ତରରେ ଭାରତର ସମ୍ମାନ ବୃଦ୍ଧି କରିଛି ବୋଲି ମୋଦି ଟ୍ଵିଟ୍‌ କରି କହିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe