ସତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ

Advertisment
ସତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଭବିଷ୍ୟବାଣୀ

photo-haribhoomi

ନୂଆଦିଲ୍ଲୀ: "ଆଜି ଆମର କମ ସଂଖ୍ୟା ପାଇଁ ତୁମେ(କଂଗ୍ରେସ) ହସୁଛ, ଦିନେ ସମୟ ଆସିବ ଦେଶର ଲୋକ ତମକୁ ନେଇ ହସିବେ" ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଭଵିଷ୍ୟଵାଣୀ ସତ ସାବ୍ୟସ୍ତ ହୋଇଛି | ୧୯୯୭ ମସିହାରେ ସଂସଦରେ କହିଥିବା କଥା ଆଜି ନିର୍ବାଚନରେ ପ୍ରତିଫଳିତ ହେବାର ଦେଖାଦେଇଛି | ବିଜେପିର ଦମଦାର ବିଜୟ ମନେପକାଇଛି ଏକ ସଂଖ୍ୟାରୁ ତିନି ସଂଖ୍ୟା କିଭଳି ସଫଳ କରି ଦେଖାଇହେବ |

ବାଜପେୟୀ ସେଦିନ କହିଥିଲେ ଯେ 'ମୋ ଶବ୍ଦ ମନେ ରଖନ୍ତୁ, ଆଜି କମ ସାଂସଦ ଥିବାରୁ ଆପଣମାନେ(କଂଗ୍ରେସ) ହସୁଛନ୍ତି, କିନ୍ତୁ ଦିନେ ଏମିତି ସମୟ ଆସିବ ଯେଉଁଦିନ ଏହି ଦଳର ସବୁଠାରୁ ଅଧିକ ସାଂସଦ ଥିବେ ଆଉ ଲୋକ ଆପଣଙ୍କୁ ନେଇ ହସୁଥିବେ | ୨୦୧୪ ନିର୍ବାଚନରୁ ଅଧିକ ଆସନ ଜିତି ବିଜେପି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି | ବିଜେପି ପୂର୍ବରୁ ଭାରତୀୟ ଜନସଂଘ ନାମରେ ପ୍ରତିଷ୍ଠା ହୋଇଥିଲା | ଏହି ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ ଅଟଳ ବିହାରୀ ବାଜପେୟୀ  | ୧୯୮୦ ମସିହାରେ ଭାରତୀୟ ଜନ ସଂଘ, ଭାରତୀୟ ଜନତା ପାର୍ଟି ଭାବେ ନୂତନ ଭାବେ ନାମିତ ହୋଇଥିଲା | ପ୍ରଥମ ସଭାପତି ଭାବେ ବାଜପେୟୀ ଦାୟିତ୍ୱ ଗ୍ରହଣ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe