୧୯୯୮ରେ ବାଜପେୟୀ ଅଟକ ଶିବିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ: ତରୁଣ ଗୋଗଇ

Advertisment
୧୯୯୮ରେ ବାଜପେୟୀ ଅଟକ ଶିବିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ: ତରୁଣ ଗୋଗଇ

India Today

ଗୌହାଟୀ: ଦେଶରେ କୌଣସି ଅଟକ ଶିବିର ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଯେଉଁ ଦାବି କରିଥିଲେ ସେନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ। ଅଟଳ ବିହାରୀ ବାଜପେୟୀ ସରକାର ୧୯୯୮ରେ ସମସ୍ତ ରାଜ୍ୟମାନଙ୍କୁ ଅଟକ ଶିବିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବାପରେ ଦେଶର ସର୍ବବୃହତ୍‌ ଅଟକ କେନ୍ଦ୍ର ନିର୍ମାଣ ପାଇଁ ୪୬ କୋଟି ଟଙ୍କା ମଂଜୁର କରିଥିଲେ। ୩,୦୦୦ ଲୋକ ରହିବା ଭଳି ଅଟକ କେନ୍ଦ୍ର ନିର୍ମାଣ ପାଇଁ ମୋଦୀ ପାଣ୍ଠି ଦେଇଥିଲେ। ଏବେ ‌ଏହି ମାମଲାରେ ମୋଦୀଙ୍କ ବୟାନ ମିଛ ବୋଲି ଗୋଗଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe