‘ସେନ୍ସର ବୋର୍ଡର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ’: ଗୁଜରାଟରେ ‘ପଠାନ’କୁ ବିରୋଧ କରିବେ ନାହିଁ ବଜରଙ୍ଗ ଦଳ ଓ ବିହିପ

‘ସେନ୍ସର ବୋର୍ଡର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ’: ଗୁଜରାଟରେ ‘ପଠାନ’କୁ ବିରୋଧ କରିବେ ନାହିଁ ବଜରଙ୍ଗ ଦଳ ଓ ବିହିପ

Image Courtesy of Firstpost

ଅହମଦାବାଦ: ବଲିଉଡ୍ ତାରକା ଶାହରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ’ରେ କେତେକ ଆପତ୍ତିଜନକ ଦୃଶ୍ୟ ରହିଥିବାରୁ ଦେଶବ୍ୟାପୀ ତାକୁ ବିରୋଧ କରାଯାଇଥିଲା। ଏହାପରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନର ନିର୍ଦ୍ଦେଶକ୍ରମେ ସେଥିରେ କେତେକ ପରିବର୍ତ୍ତନ କରାଯାଇଥିଲା। ସେନ୍ସର ବୋର୍ଡର ଏପରି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ଗୁଜରାଟର ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ (ବିହିପ) ପକ୍ଷରୁ କୁହାଯାଇଛି ଯେ ସେମାନେ ଆଉ ଏହି ଚଳଚ୍ଚିତ୍ରକୁ ବିରୋଧ କରିବେ ନାହିଁ।ଗୁଜରାଟ ବିଶ୍ବ ହିନ୍ଦୁ ପରିଷଦର ଅଶୋକ ରାୱଲ ଏକ ବିବୃତିରେ କହିଛନ୍ତି, ବଜରଙ୍ଗ ଦଳର ବିରୋଧ ପରେ ସେନ୍ସର ବୋର୍ଡ ‘ପଠାନ’ରେ ଥିବା କେତେକ ଅଶ୍ଳୀଳ ଗୀତ ଓ ଶବ୍ଦକୁ ବାଦ୍ ଦେବା ସ୍ବାଗତଯୋଗ୍ୟ। ଧର୍ମ ଓ ସଂସ୍କୃତିକୁ ରକ୍ଷା କରିବା ପାଇଁ ହିନ୍ଦୁ ସମାଜର ପ୍ରଚେଷ୍ଟାକୁ ମୁଁ ପ୍ରଶଂସା କରୁଛି ବୋଲି ରାୱଲ କହିଛନ୍ତି। ସୂଚନାଯୋଗ୍ୟ, ବିରୋଧ ପରେ ସେନ୍ସର ବବୋର୍ଡର ପ୍ରସ୍ତାବ କ୍ରମେ ଚଳଚ୍ଚିତ୍ରରୁ ୧୦ଟିରୁ ଅଧିକ ଅଂଶ କଟାଯାଇଛି। ବେସରମ ରଙ୍ଗ ଗୀତକୁ ବାଦ୍ ଦିଆଯାଇଛି। କେତେକ ସଂଳାପରେ ପରିବର୍ତ୍ତନ କରାଯାଇଛି। ତେବେ ଦୀପିକାଙ୍କ ବିବାଦୀୟ ଗେରୁଆ ବିକିନି ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe