ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହୋଇଥିବା ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସଙ୍କୁ ମିଳିଲା ଜାମିନ

ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହୋଇଥିବା ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସଙ୍କୁ ମିଳିଲା ଜାମିନ

ndtv

ଲକ୍ଷ୍ନୌ: ଦୁଷ୍କର୍ମ ପାଇଁ ଧମକ ଦେଇ ଗିରଫ ହୋଇଥିବା ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସଙ୍କୁ ମିଳିଲା ଜାମିନ। ଉତ୍ତରପ୍ରଦେଶର ସୀତାପୁରର ଏକ କୋର୍ଟ ବଜରଙ୍ଗ ମୁନି ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜିଲ୍ଲା ଜଜ୍ ସଞ୍ଜୟ କୁମାର ଶନିବାର ମହନ୍ତଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ରବିବାର ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି।

ଜେଲରୁ ମୁକୁଳିବା ପରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ମହନ୍ତ କହିଛନ୍ତି ଯେ, ତାଙ୍କୁ ହଜାରେ ଥର ଜେଲ ଯିବାକୁ ପଡ଼ିଲେ ମଧ୍ୟ ସେ ତାଙ୍କ ଧର୍ମ ତଥା ମହିଳାଙ୍କୁ ରକ୍ଷା କରିବା ଜାରି ରଖିବେ। ମୁଁ ଯାହା କହିଛି ସେଥିପାଇଁ ମୁଁ ଅନୁତାପ କରୁନାହିଁ।

ଉଲ୍ଲେଖଯୋଗ୍ୟ, ୟୁପି ଖଇରାବାଦ ସହରର ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଉଦାସୀନ ଆଶ୍ରମର ମହନ୍ତ ବଜରଙ୍ଗ ମୁନି ଦାସ ଗତ ଏପ୍ରିଲ ୨ ତାରିଖରେ ଘୃଣା ଭାଷଣ ଦେବା ସହ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା।

ଭିଡିଓକୁ ଅଧାର କରି ଏତଲା ରୁଜୁ ହେବା ପରେ ଅନଲାଇନରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ବିବୃତିକୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଇଛି। ମୋର ବିବୃତି ଭୁଲ ଉପାୟରେ ଉପସ୍ଥାପିତ ହୋଇଛି। ମୁଁ ଏଥିପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe