ଦାମୀ ବ୍ୟାଗ ନେଇ ମହାକୁମ୍ଭରେ ପହଞ୍ଚିବା ହେତୁ ଟ୍ରୋଲ ହେଲେ ବାଳକସନ୍ଥ

Advertisment

ଆଧ୍ୟାତ୍ମିକ ବିଷୟବସ୍ତୁ ସୃଷ୍ଟିକାରୀ ଅଭିନବ ଆରୋରା ମହାକୁମ୍ଭକୁ ଆସିଥିବା ବେଳେ ତାଙ୍କ ହାତରେ ଏକ ଡିଜାଇନର ଡାୟର ବ୍ୟାଗ ଥିବାର ଦେଖିବାକୁ ମିଳିଥିଲ। ଏହି ବ୍ୟାଗ ପାଇଁ ସମ୍ପ୍ରତି ଅଭିନବ ଟ୍ରୋଲର ଶିକାର ହୋଇଛି।

ଆଧ୍ୟାତ୍ମିକ ବିଷୟବସ୍ତୁ ସୃଷ୍ଟିକାରୀ ଅଭିନବ ଆରୋରା ମହାକୁମ୍ଭକୁ ଆସିଥିବା ବେଳେ ତାଙ୍କ ହାତରେ ଏକ ଡିଜାଇନର ଡାୟର ବ୍ୟାଗ ଥିବାର ଦେଖିବାକୁ ମିଳିଥିଲ। ଏହି ବ୍ୟାଗ ପାଇଁ ସମ୍ପ୍ରତି ଅଭିନବ ଟ୍ରୋଲର ଶିକାର ହୋଇଛି।

୍କତପନ

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ବିଷୟବସ୍ତୁ ସୃଷ୍ଟିକାରୀ ଅଭିନବ ଆରୋରା ମଧ୍ୟ ମହାକୁମ୍ଭ ମେଳାରେ ସାମିଲ ହୋଇଛି। ଅଭିନବ ମହାକୁମ୍ଭକୁ ଆସିଥିବା ବେଳେ ତାଙ୍କ ହାତରେ ଏକ ଡିଜାଇନର ଡାୟର ବ୍ୟାଗ ଥିବାର ଦେଖିବାକୁ ମିଳିଥିଲ। ଏହି ବ୍ୟାଗ ପାଇଁ ସମ୍ପ୍ରତି ଅଭିନବ ଟ୍ରୋଲର ଶିକାର ହୋଇଛି।

ବାଳକ ସନ୍ଥ ଅଭିନବଙ୍କୁ ମହାକୁମ୍ଭ ଭିଡ଼ ଭିତରେ  ନାମୀଦାମୀ ବ୍ୟାଗ ଧରି ବୁଳୁଥିବା ଘଟଣାକୁ ଲୋକେ ସମାଲୋଚନା କରିଛନ୍ତି। ଲୋକେ ପ୍ରଶ୍ନ କରିଛନ୍ତି, ‘ ବାଳକ ସନ୍ଥ ମହାକୁମ୍ଭରେ ଏଭଳି ଦାମୀ ବ୍ୟାଗ ଧରିବା ବୁଲିବାର କ’ଣ ପ୍ରୟୋଜନ ଅଛି ?

ଅଭିନବ ଦାମୀ ବ୍ୟାଗ ଧରି କୁମ୍ଭମେଳାକୁ ଆସିବା ଘଟଣାକୁ କେନ୍ଦ୍ର କରି ବିବାଦ ଦେଖା ଦେଇଛି। ତେବେ ଅଭିନବଙ୍କୁ ନେଇ ଏହି ବିବାଦ ନୂଆ ନୁହେଁ। ସେ ଏପରି ଅନେକ ବିବାଦର ଶିକାର ହୋଇଛନ୍ତି।
 

୧୦ ବର୍ଷୀୟ ବାଳକ ଅଭିନବ ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ଏକ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ। ଏହି  ସମୟରେ ତାଙ୍କୁ ଟ୍ରୋଲ୍ କରୁଥିବା ୟୁଟ୍ୟୁବ ଚାନେଲ ବିରୋଧରେ ମାମଲା ରୁଜୁ କରିବା ପାଇଁ  ସେ ଆବେଦନ କରିଥିଲେ।

ଅଭିନବ ଆରୋରା ଜଣେ "ବାଳକ ସନ୍ଥ" ଭାବରେ ବେଶ ଜଣାଶୁଣା। ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁସରଣକାରୀ ଅଛନ୍ତି । ସେମାନଙ୍କ ସହିତ ଅଭିନବ ପ୍ରାୟତଃ ତାଙ୍କର ଆଧ୍ୟାତ୍ମିକ ଅନୁଭୂତି ବିଷୟରେ ଆଲୋଚନା କରିଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe