ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବ, ଫଡନାଭିସ୍‌ଙ୍କୁ ଶିବସେନା କର୍ମୀଙ୍କ ଦୁର୍ବ୍ୟବହାର

Advertisment
ବାଲ୍‌ ଠାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀ ଉତ୍ସବ, ଫଡନାଭିସ୍‌ଙ୍କୁ ଶିବସେନା କର୍ମୀଙ୍କ ଦୁର୍ବ୍ୟବହାର

ମୁମ୍ବାଇ: ଆଜି ଶିବାଜୀ ପାର୍କରେ ଅନୁଷ୍ଠିତ ବାଲ୍‌ ଥାକ୍‌ରେଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କୁ ଶିବସେନା କର୍ମୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଶିବାଜୀ ପାର୍କରେ ଆୟୋଜିତ ବାଲ୍‌ ଥାକ୍‌ରେଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫଡନାଭିସ ପହଞ୍ଚିବା ପରେ ଶିବସେନା କର୍ମୀ ତାଙ୍କୁ ଘେରିଯାଇ ତାଙ୍କ ବିରୋଧରେ ସ୍ଲୋଗାନ୍‌ ସହ ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଗତ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଫଡନାଭିସ ଦେଇଥିବା ନିର୍ବାଚନୀ ଭାଷଣକୁ ଶିବସେନା କର୍ମୀମାନେ ବ୍ୟଙ୍ଗ କରି ଉପସ୍ଥାପନ କରିଥିଲେ। ଶିବସେନା କର୍ମୀମାନେ ଫଡ୍‌ନଭିସଙ୍କ ଏହି ଭାଷଣକୁ ବିଦ୍ରୁପ କରି ତାଙ୍କୁ ଅପମାନିତ କରିଥିଲେ। ସେହି ସମୟରେ ଉଦ୍ଧବ ଠାକ୍‌ରେଙ୍କ ବ୍ୟକ୍ତିଗତ ସହାୟକ ମିଲିନ୍ଦ ନର୍ଭେକରଙ୍କ ବ୍ୟତୀତ କୌଣସି ଶିବସେନା ନେତା ଘଟଣା ସ୍ଥଳରେ ଉପସ୍ଥିତ ନ ଥିଲେ। ତେବେ ଫଡନାଭିସ ଏବଂ ଅନ୍ୟ ବିଜେପି କର୍ମୀମାନେ ଶିବସେନା କର୍ମୀଙ୍କ ଏଭଳି ବ୍ୟବହାରରେ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ଘଟଣା ସ୍ଥଳରୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe