ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସଂପର୍କରେ ହସ୍ତଗତ ହେଲା ପାକିସ୍ତାନୀ ପ୍ରତ୍ୟକ୍ଷଦର୍ଶୀଙ୍କ ଅଡିଓ ଟେପ୍‌; ଶୁଣନ୍ତୁ ଓ ପଢ଼ନ୍ତୁ କ’ଣ କହୁଛନ୍ତି ସେ...

Advertisment
ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ସଂପର୍କରେ ହସ୍ତଗତ ହେଲା ପାକିସ୍ତାନୀ ପ୍ରତ୍ୟକ୍ଷଦର୍ଶୀଙ୍କ ଅଡିଓ ଟେପ୍‌; ଶୁଣନ୍ତୁ ଓ ପଢ଼ନ୍ତୁ କ’ଣ କହୁଛନ୍ତି ସେ...

Courtesy: Republic World

ଇସ୍‌ଲାମାବାଦ/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଟ୍ରେନିଂ କ୍ୟାମ୍ପ ଉପରେ ଯେଉଁ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା, ତାହାର ସଫଳତା ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି ଦେଶର ବିରୋଧୀଦଳ। ତେବେ, ଦେଶର ଜାତୀୟ ସ୍ତରର ନ୍ୟୁଜ୍‌ ଚ୍ୟାନେଲ ‘ରିପବ୍ଲିକ୍‌’ ଏହି ଘଟଣାର ଜନୈକ ପାକିସ୍ତାନୀ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପାଇଥିବା ଏକ ଅଡିଓ ଟେପ୍‌କୁ ଆଜି ସାର୍ବଜନୀନ କରିବା ସହ ଜେଇଏମ୍‌ର ଟ୍ରେନିଂ କ୍ୟାମ୍ପ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ ସଂପୂର୍ଣ୍ଣ ସଫଳ ହୋଇଥିବା କହିଛି।

publive-image

ଅଡିଓ ଟେପ୍‌ରେ ପାକିସ୍ତାନୀ ପ୍ରତ୍ୟକ୍ଷଦର୍ଶୀ ସ୍ୱୀକାର କରି କହିଛନ୍ତି ଯେ ଭାରତର ଏହି ଏୟାର ଷ୍ଟ୍ରାଇକ୍‌ରେ ଜେଇଏମ୍‌ର ଟ୍ରେନିଂ କ୍ୟାମ୍ପ ଧ୍ୱଂସ ପାଇଛି ଏବଂ ସେହି ସମୟରେ ଟ୍ରେନିଂ କ୍ୟାମ୍ପ ମଧ୍ୟରେ ଉପସ୍ଥିତ ଥିବା ବହୁ ଜେଇଏମ୍‌ ସମେତ ଅନ୍ୟ ଗୋଷ୍ଠୀର ଆତଙ୍କବାଦୀଙ୍କ ମୁତ୍ୟୁ ଘଟିବା ସହ ସେମାନଙ୍କୁ ଟ୍ରେନିଂ ପ୍ରଦାନ କରୁଥିବା ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବହୁ ଅଧିକାରୀଙ୍କର ମଧ୍ୟ ମୁତ୍ୟୁ ଘଟିଛି। ଆଉ ଏମାନଙ୍କର ମୃତ ଦେହଗୁଡ଼ିକୁ ଏବେ ଆଇଏସ୍‌ଆଇ ଓ ଜୈସ୍‌ ଆତଙ୍କବାଦୀଙ୍କ ଦ୍ୱାରା ପେଟ୍ରୋଲ ଢ଼ାଳି ପୋଡ଼ାଯିବା ସହ ଅଖାରେ ଭର୍ତ୍ତି କରି କୁନ୍‌ହାର ନଦୀରେ ଭସାଇ ଦିଆଯାଉଛି।


ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସେହି ଅଞ୍ଚଳରେ ରହୁଥିବା ସାଧାରଣ ନାଗରିକମାନଙ୍କୁ ପାକିସ୍ତାନର ଆଇଏସ୍‌ଆଇ ଏବେ ନଜରବନ୍ଦୀ କରି ରଖିବା ସହ ସମସ୍ତଙ୍କ ମୋବାଇଲ ଫୋନ୍‌କୁ ବାଜ୍ୟାପ୍ତ କରି ନେଇଛି। କାଳେ କିଏ ଫଟୋ ଓ ଭିଡିଓ ଉଠାଇ ଇଣ୍ଟରନେଟରେ ଛାଡ଼ିଦେବ ସେଇ ଭୟରେ ସଂପୃକ୍ତ ଅଞ୍ଚଳରେ ଇଣ୍ଟନେଟ୍‌ ସେବାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି। ଏୟାର ଷ୍ଟ୍ରାଇକ୍‌ରେ ମୃତାହତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ କହିପାରି ନଥିଲେ ନଥିଲେ ମଧ୍ୟ ଏହି ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଥିବା ଅନେକ ବ୍ୟକ୍ତିଙ୍କ ନାମକୁ କହିଛନ୍ତି ସଂପୃକ୍ତ ପାକିସ୍ତାନୀ ପ୍ରତ୍ୟକ୍ଷଦର୍ଶୀ।

publive-image

ଏଥିସହ ପାକିସ୍ତାନୀ ସେନା ଓ ଆଇଏସ୍‌ଆଇ ଏୟାର ଷ୍ଟ୍ରାଇକ୍‌ ହୋଇଥିବା ସମଗ୍ର ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ଘେରାବନ୍ଦୀ କରି ରଖି ଦେଇଛନ୍ତି। ସଂପୃକ୍ତ ଅଞ୍ଚଳ ମଧ୍ୟକୁ କାହାରିକୁ ହେଲେ ଛାଡ଼ି ଦିଆଯାଉ ନାହିଁ। ଏୟାର ଷ୍ଟ୍ରାଇକ୍‌ରେ ଧ୍ୱଂସ ପାଇ ଯାଇଥିବା ଜୈସ ଟ୍ରେନିଂ କ୍ୟାମ୍ପର ଧ୍ୱଂସାବଶେଷକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁ ଆତଙ୍କବାଦୀମାନେ ଏହି ଏୟାର ଷ୍ଟ୍ରାଇକ୍‌ରୁ ବର୍ତ୍ତି ଯାଇଥିଲେ ସେମାନଙ୍କୁ ଏବେ ଆଇଏସ୍‌ଆଇ ଓ୍ଵାଜରିସ୍ତାନ- ଆଫ୍‌ଗାନୀସ୍ତାନ ସୀମାକୁ ପଠାଇ ଦେଇଛି। କାଳେ ଏହି ଘଟଣା ଲୋକଲୋଚନକୁ ଆସିଯିବ ସେଇ ଭୟରେ ଆହତ ଆତଙ୍କବାଦୀମାନଙ୍କୁ ଚିକିସ୍ତା ସୁବିଧା ସୁଦ୍ଧା ଯୋଗାଇ ଦେଉ ନଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe