ବାଲିରୁ ବିଦା ହେବେ ବିବସ୍ତ୍ର ହୋଇ ୭୦୦ ବର୍ଷର ପ୍ରାଚୀନ ବରଗଛରେ ଯୋଗମୁଦ୍ରାର ଫଟୋ ଉଠାଇଥିବା ରୁଷୀୟ ଦମ୍ପତି

Advertisment
ବାଲିରୁ ବିଦା ହେବେ ବିବସ୍ତ୍ର ହୋଇ ୭୦୦ ବର୍ଷର ପ୍ରାଚୀନ ବରଗଛରେ ଯୋଗମୁଦ୍ରାର ଫଟୋ ଉଠାଇଥିବା ରୁଷୀୟ ଦମ୍ପତି

Image Courtesy of Mail online

ଦେନପସାର (ଇଣ୍ଡୋନେସିଆ): ବାଲିରେ ଥିବା ଗୋଟାଏ ୭୦୦ ବର୍ଷର ଆଦିମ ତଥା ପବିତ୍ର ବଟବୃକ୍ଷରେ ବିବସନା ଅବସ୍ଥାରେ ଯୋଗମୁଦ୍ରାର ଫଟୋ ଉଠାଇଥିବା ଏକ ରୁଷୀୟ ପର୍ଯ୍ୟକଟ ଦମ୍ପତିଙ୍କୁ ବିଦା କରାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଇନ୍‌ଷ୍ଟାଗ୍ରାମ୍‌ରେ ବହୁସଂଖ୍ୟକ ଅନୁଗାମୀ ଥିବା ଆଲିନା ଫାଜ୍‌ଲୀଭା ୨୦୧୯ରେ ତବାନାନ୍‌ ଜିଲ୍ଲାରେ ଥିବା ବାବାକାନ୍‌ ମନ୍ଦିର ପରିସରସ୍ଥ ଆଦିମ ବଟବୃକ୍ଷରେ ନଗ୍ନ ଅବସ୍ଥାରେ ଯୋଗମୁଦ୍ରାର ଫଟୋ ଉଠାଇଥିଲେ। ତାଙ୍କ ସ୍ବାମୀ ଆନ୍ଦ୍ରେ ଫାଜ୍‌ଲୀଭ୍‌ ଉତ୍ତୋଳନ କରିଥିବା ଏହି ଫଟୋ ସବୁ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ୍‌ ହେବା ପରେ ଭାଇରାଲ୍‌ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବାଲିଦ୍ବୀପର ସ୍ଥାନୀୟ ଅଧିବାସୀମାନେ ଉଭୟଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ। ‘ଗୁରୁତର ଅପରାଧ’ କରିପକାଇଛନ୍ତି ବୋଲି ଆଲିନା ଇଂଗ୍ରାଜୀ ଓ ଇଣ୍ଡୋନେସିଆ ଭାଷାରେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଲେଖି କ୍ଷମା ମଧ୍ୟ ମାଗିଛନ୍ତି।

publive-image Image Courtesy of Mail online

ସୂଚନାଯୋଗ୍ୟ, ବାଲିଦ୍ବୀପର ହିନ୍ଦୁ ସଂସ୍କୃତି‌ରେ ପର୍ବତ, ବୃକ୍ଷ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବୈଶିଷ୍ଟ୍ୟ ସବୁକୁ ଈଶ୍ବରଙ୍କ ନିବାସ ବିଚାରି ପବିତ୍ର ବୋଲି ବିଶ୍ବାସ କରାଯାଏ।

କିନ୍ତୁ, ଆଲିନାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅଗ୍ରାହ୍ୟ କରି ପୁଲିସ ମାମଲାକୁ ‘ଇମିଗ୍ରେସନ୍‌ ଅଫିସର୍‌’ଙ୍କୁ ହସ୍ତାନ୍ତର କରିଥିଲେ। ଏ ସଂକ୍ରାନ୍ତରେ ‘ବାଲି ଇମିଗ୍ରେସନ୍‌’ ମୁଖ୍ୟ ଜମାରୁଲି ମଣିଖୁରୁକ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କୁ କହିଛନ୍ତି, ଦୁହେଁ ସାଧାରଣ ନିୟମକୁ ବିପନ୍ନ କରିବା ଭଳି କାର୍ଯ୍ୟ କରିଛନ୍ତି ଏବଂ ସ୍ଥାନୀୟ ବିଶ୍ବାସ ପ୍ରତି ସେମାନଙ୍କର ସମ୍ମାନବୋଧ ନାହିଁ। ତେଣୁ, ସେମାନଙ୍କୁ ବିହିତ ଭାବେ ଦେଶରୁ ବିଦା କରାଯିବା ସହ ଆଗାମୀ ୬ ମାସ ପର୍ଯ୍ୟନ୍ତ ସେମାନଙ୍କ ପୁନଃ ଆଗମନ ଉପରେ କଟକଣା ଲାଗୁ କରାଯିବ। ଏହା ପୂର୍ବରୁ ସ୍ଥାନୀୟ ଜନତାଙ୍କ ବିଶ୍ବାସ ଅନୁସାରେ ଉପରୋକ୍ତ ପବିତ୍ର ପୀଠର ଶୋଧନ କ୍ରିୟାରେ ଦୁହେଁ କାମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe