ବଳିଆର ଖପୁରିରେ ଚର୍ମ ପ୍ରତିରୋପଣ

Advertisment
ବଳିଆର ଖପୁରିରେ ଚର୍ମ ପ୍ରତିରୋପଣ

ନୂଆଦିଲ୍ଲୀ : ଯୋଡ଼ାମୁଣ୍ଡ ଅଲଗା ହୋଇ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସନ୍ତୋଷଜନକ ସୁଧାର ଆସିଥିବା ବେଳେ ଆଜି ବଳିଆର ଖପୁରିରେ ଚର୍ମ ପ୍ରତିରୋପଣ କରାଯାଇଛି। ଚର୍ମ ପ୍ରତିରୋପଣ ପରେ ବଳିଆର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଏମ୍‌ସ ପକ୍ଷରୁ କୁହାଯାଇଛି। ଏହି ଚର୍ମ ପ୍ରତିରୋପଣ ବେଳେ ପ୍ଲାଷ୍ଟିକ୍‌ ସର୍ଜନଙ୍କ ସମେତ କିଛି ବିଶେଷଜ୍ଞ ଡାକ୍ତର ମଧ୍ୟ ଉପସ୍ଥିତି ଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ୧୪ରେ ଦୁଇ ଭାଇ ଜଗା-ବଳିଆଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅତ୍ୟନ୍ତ ଜଟିଳ ଓ ବିରଳ ଅସ୍ତ୍ରୋପଚାର ଦ୍ୱାରା ଏମ୍‌ସ ଡାକ୍ତରୀ ଦଳ ଯୋଡ଼ାମୁଣ୍ଡକୁ ଅଲଗା କରିବାରେ ସଫଳ ହୋଇଥିଲେ। ରାଜ୍ୟ ସରକାର ଜଗାବଳିଆଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଖୁବ୍‌ଶୀଘ୍ର ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାର ତର୍ଜମା କରାଯାଇ ମେଡିକାଲରୁ ଡିସ୍‌ଚାର୍ଜ କରାଯିବାର ନିଷ୍ପତ୍ତି ନିଆଯିବ ବୋଲି ଏମ୍‌ସ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe