ଜବତ ହେଲା ପିଆଇଏ ଲେଖାଥିବା ବେଲୁନ: ପବନରେ ଉଡ଼ିଆସିଥାଇପାରେ ବୋଲି କରାଯାଉଛି ଅନୁମାନ

ସ୍ଥାନୀୟ ଲୋକମାନେ ନିୟନ୍ତ୍ରଣ ରେଖା ନିକଟରେ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ  ନାମ ଲେଖାଥିବା ଏକ ବିମାନ ଆକୃତିର ବେଲୁନ ପଡ଼ିଥିବା ଦେଖି ଭୟଭୀତ। ପୁଲିସ ବେଲୁନକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

New Project (12)

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଇଂରାଜୀ ଏବଂ ଉର୍ଦ୍ଦୁରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ  ନାମ ଲେଖାଥିବା ଏକ ବିମାନ ଆକୃତିର ବେଲୁନ ମିଳିଛି। 

ସ୍ଥାନୀୟ ଲୋକମାନେ ନିୟନ୍ତ୍ରଣ ରେଖା ନିକଟରେ ଏଭଳି ବେଲୁନଟିକୁ ଦେଖି ଭୟଭୀତ ହୋଇଯିବା ସହିତ ସୀମା ପୁଲିସ ପୋଷ୍ଟ ଜୋଗୱାନକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବେଲୁନକୁ ଜବତ କରି ତଦନ୍ତ ଆରମ୍ଭ କରିଛି। 

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ସୀମାର ଆରଏସ ପୁରାର ଆର୍ନିଆ ସେକ୍ଟରରେ ଡ୍ରୋନ ବ୍ୟବହାର କରି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ପ୍ରୟାସକୁ ପଣ୍ଡ କରାଯିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଥିବା ଦାବି କରାଯାଉଛି।

ପ୍ରାରମ୍ଭିକ ତଦନ୍ତରେ ବେଲୁନରେ କୌଣସି ସନ୍ଦେହଜନକ ସାମଗ୍ରୀ ମିଳି ନଥିବା ସତ୍ତ୍ବେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି। ଅନୁମାନ କରାଯାଉଛି ଯେ ଏହି ବେଲୁନ ପବନ ସହିତ ପାକିସ୍ତାନ ସୀମାରୁ ଭାରତକୁ ଉଡ଼ି ଆସିଥାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe